fbpx

କୋଭିଡର ତୃତୀୟ ଲହରରେ ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ ଫୁସଫୁସ !

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଠାରୁ କରୋନାର ତୃତୀୟ ଲହର ଅଧିକ ଭୟଙ୍କର ବୋଲି ସୂଚନାରୁ ଜଣାପଡିଛି। କରୋନା କେତେ ବିପଜ୍ଜନକ ହେବ ତାହା ଏହି କଥାରୁ ଆକଳନ କରି ପାରିବେ ଯେ ଯେତେବେଳେ କରୋନାର ପ୍ରଥମ ଲହର ଆସିଲା, ଏହି ଜୀବାଣୁ ୧୦ ଦିନ ମଧ୍ୟରେ ମଣିଷକୁ ମୃତ୍ୟୁ ହୋଇ ଯାଉଥିଲା । ଦ୍ୱିତୀୟ ଲହରରେ, ଏହାର ସମୟ ୫ ରୁ ୭ ଦିନକୁ ହ୍ରାସ ପାଇ ଥିବା ବେଳେ କୁହାଯାଉଛି କି ତୃତୀୟ ଲହରରେ ଏହା କ୍ରମଶଃ ହ୍ରାସ ପାଇ ୨ ରୁ ୩ ଦିନ ହୋଇପାରେ | ତୃତୀୟ ଲହରରେ କରୋନା ଜୀବାଣୁ ଦୁଇରୁ ତିନି ଦିନ ମଧ୍ୟରେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ପହଞ୍ଚାଇ ଦେବ । ଏହାସହ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନଙ୍କ ନିକଟରେ ସେତିକି ସମୟ ମଧ୍ୟ ନଥିବ । ଏବେ ଦେଶରେ ଯେଉଁ ନୂତନ ପ୍ରକାରର ଏକ ଆନ୍ଧ୍ର ସ୍ଟ୍ରୋନ ଦେଖାଯାଉଛି ତାହା କରୋନାର ତୃତୀୟ ଲହର ଭଳି ବିପଜ୍ଜନକ ବୋଲି କୁହାଯାଉଛି। ଏହି ପ୍ରକାର ରୋଗୀ୨ ରୁ ୩ ଦିନ ମଧ୍ୟରେ ଆଇସିୟୁ ବେଡରେ ପହଂଚି ଯାଇଥାଏ ଏବଂ ପରେ ସେ ତାଙ୍କର ଜୀବନ ହରାଇଥାନ୍ତି | କେବଳ ଏତିକି ନୁହେଁ, ବାକି କରୋନା ଜୀବାଣୁ ଅପେକ୍ଷା ଏହା ୧୫ ଗୁଣ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ଅଟେ।

Get real time updates directly on you device, subscribe now.