fbpx

ସାବଧାନ୍! ଚଳିତ ମାସରେ ଆସିପାରେ କରୋନାର ତୃତୀୟ ଲହର, ଅକ୍ଟୋବରରେ ଛୁଇଁପାରେ ଶିଖର

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଚଳିତ ମାସରୁ ଆରମ୍ଭ ହୋଇପାରେ । ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଅଗଷ୍ଟ ମାସରୁ କରୋନାରା ତୃତୀୟ ଲହର ଆରମ୍ଭ ହେବ । ଏହି ସମୟରେ ପ୍ରତିଦିନ ଏକ ଲକ୍ଷ ମାମଲା ଆସିପାରେ । ବହୁତ ଖରାପ ସ୍ଥିତିରେ ଦୈନିକ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ।

ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ମଥୁକୁମଲ୍ଲୀ ବିଦ୍ୟାସାଗର ଓ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନ ଦାବି କରାଯାଇଛି ଯେ, ଅକ୍ଟୋବରରେ ତୃତୀୟ ଲହରର ପିକ୍ ଦେଖିବାକୁ ମିଳିବ । ବିଦ୍ୟାସାଗର ଏକ ଇମେଲରେ କହିଛନ୍ତି ଯେ, କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ପରିସ୍ଥିତି ପୁଣି ଗୁରୁତର ହୋଇପାରେ । ତେବେ ଆଶା କରାଯାଉଛି ଯେ କୋଭିଡ -୧୯ ର ତୃତୀୟ ଲହର ଚଳିତ ବର୍ଷରେ ହୋଇଥିବା ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବ ନାହିଁ । ତୃତୀୟ ଲହରକୁ ଦେଖି ସରକାର ପ୍ରସ୍ତୁତ ଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.