ରାମନବମୀରେ ‘ମତ୍ କା କୂଆଁ’ରେ ପଡି ୧୩ ମୃତ , ଆହତ ଓ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ଇନ୍ଦୋର ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଅଘଟଣାମାନ ଘଟିଯାଇଛି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେନୁଗୋପାଲା ସ୍ୱାମୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛି ଆଉ ଏକ ବଡ଼ ଖବର । ମନ୍ଦିର ପରିସରରେ ନିର୍ମିତ ହୋଇଥିବା ଛାତ ଭୁଶୁଡ଼ି ପଡ଼ିବାରୁ ୧୩ ଜଣ ମୃତ୍ୟୁକୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଶ୍ଚିତ କରିଛନ୍ତିି । କୂଅ ମଧ୍ୟରୁ ୧୧ଟି ଶବ ଉଦ୍ଧାର ହୋଇଛି । ସେଥିମଧ୍ୟରୁ ୧୦ ଜଣ ମହିଳା ହୋଇଥିବାବେଳେ ଜଣେ ପୁରୁଷଙ୍କ ମୃତଦେହ ସାମିଲ ରହିଛି । ଏହି ଅଘଟଣାରେ ୧୯ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ଦୁର୍ଘଟଣା ପରେ ଏପର‌୍ୟ୍ୟନ୍ତ ୧୯ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି, ସେଥିମଧ୍ୟରୁ ଦୁଇ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କୂଅରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଅଛନ୍ତି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଯାଇଛି ଏଭଳି ଏକ ଭୟଙ୍କର ଦୁର୍ଘଟଣା । ସ୍ନେହ ନଗର ନିକଟସ୍ଥ ପଟେଲ ନଗରର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିର କୂଅରେ ଖସି ପଡ଼ିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଏହା ମଧ୍ୟରେ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୦ ଜଣ ଲୋକ କୂଅ ଭିତରେ ଫଶିଥିବା କୁହାଯାଉଛି । ମୋଟ ୨୦-୨୫ ଜଣ ଲୋକ କୂଅ ମଧ୍ୟକୁ ଖସି ପଡ଼ିଥିଲେ ।