fbpx

ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ: ୩୦ ଜଣଙ୍କ ମୃତ୍ୟୁ, ୫୦ ଗୁରୁତର

କାବୁଲ, ୯ା୫: ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏକ ଗାର୍ଲସ୍ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦ୍ୟାର୍ଥୀ ରହିଥିବା ବେଳେ ସେମାନଙ୍କର ବୟସ ୧୧ରୁ ୧୫ ବର୍ଷ ମଧ୍ୟରେ ହେବ । ନାଗରିକଙ୍କ ଉପରେ କରାଯାଇଥିବା ଆକ୍ରମଣକୁ ତାଲିବାନ ନିନ୍ଦା କରିବା ସହ ଏଥିରେ ତା’ର ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରୁ ୨୫୦୦ରୁ ୩୦୦୦ ଆମେରିକୀୟ ସୈନ୍ୟ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର ହେବାର କିଛି ଦିନ ପରେ ଏହି ଘଟଣା ଘଟିଛି । ଦସ୍ତ-ଇ-ବାରଚି ଅଞ୍ଚଳର ସୟଦ ଅଲ-ଶାହଦା ସ୍କୁଲ ନିକଟରେ ହୋଇଥିବା ଏହି ବିସ୍ଫୋରଣ ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାଛଡ଼ା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.