fbpx

ରାଜ୍ୟ କ୍ୟାବିନେଟରେ ୩୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାପ୍ତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ରାଜ୍ୟ ରାଜ୍ୟ କ୍ୟାବିନେଟରେ ଜଳ ସମ୍ପଦ ବିଭାଗର ଅନେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୧ ଲକ୍ଷ କ୍ଲଷ୍ଟର ବୋରୱେଲ ଖନନ ଯୋଜନା ରହିଛି । ଏଥିପାଇଁ ୪ ହଜାର ୧୯୮ କୋଟି ଖର୍ଚ୍ଚ ହେବା ସହ ୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ । ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବ । ଏହାଦ୍ୱାରା ୪୭ ଜଣ ଶିକ୍ଷକ ଉପକୃତ ହେବେ ଓ ବାର୍ଷିକ ୬୮ ଲକ୍ଷ ଖର୍ଚ୍ଚ ହେବ ।

ରାଜ୍ୟର ସତୁରୀ ଲକ୍ଷ ସ୍ୱୟଂ ସହାୟିକା (ଏସଏଚଜି) ମହିଳାଙ୍କ ପାଇଁ ମାର୍କେଟ୍ ସୃଷ୍ଟି ହେବ । ୧୨ଟି ନୂଆ ଗ୍ରାମକୁ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ କରାଯାଇଛି । ଏଥିପାଇଁ ୧୮୫ କୋଟି ଖର୍ଚ୍ଚ ହେବା ସହ ୫,୫୦୦ ହେକ୍ଟର ଜମି ଜଳସେଚିତ ହେବ । ରାଜ୍ୟରେ ଆସନ୍ତା ୩ ବର୍ଷରେ ୧୨ ଶହ ୮୦ଟି ଚେକ୍ ଡ୍ୟାମ ତିଆରି ହେବ ଓ ଏହାଦ୍ୱାରା ୧୧୧ କୋଟି ବ୍ୟୟ କରାଯିବ ।

ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ପାଇଁ ଆଇନ୍ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଛି । ଅନୁଗୁଳଠରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ବ୍ୟୟ ବରାଦ କରାଯାଇଛି । ଏହି ପାର୍କ ବିକାଶ କାର୍ଯ୍ୟ ଇଡକୋ ମାଧ୍ୟମରେ କରାଯିବ । ରାଜ୍ୟରେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ । ଏହା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଷିତ କରିପାରିବ ।

Get real time updates directly on you device, subscribe now.