fbpx

ଆଜିଠୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଏକ ବଡ ବ୍ୟାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିବା ନେଇ ସୂଚନା ମିଳିଛି । ଆଜି(ସେପ୍ଟେମ୍ବର ୨୨ତାରିଖ)ରୁ ଏହି ବ୍ୟାଙ୍କ ବନ୍ଦ ହେବା ନେଇ ସୂଚନା ଦେଇଛି RBI । ତେବେ ଯେଉଁ ଗ୍ରାହକମାନଙ୍କର ଟଙ୍କା ଏହି ବ୍ୟାଙ୍କରେ ରହିଛି ସେମାନେ ଏହାକୁ ବାହାର କରିପାରିବେ ନାହିଁ ।

ଦେଇଥିବା ସୂଚନା ଅନୁଯାୟୀ, ଆଜିଠାରୁ ଏହି ବ୍ୟାଙ୍କ ସବୁଦିନ ପାଇଁ ବନ୍ଦ ହୋଇଯିବ । ଏହା ପୂର୍ବରୁ RBI ପୁଣେର ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରାଯାଇଥିଲା । ତେବେ ବ୍ୟାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ନେଇ ନୋଟିସ ଦେଇଥିଲା RBI । ତେଣୁ ସେପ୍ଟେମ୍ବର ୨୨ ତାରିଖରୁ ଏହାକୁ ବନ୍ଦ କରିବା ପାଇଁ ଘୋଷଣା ହୋଇଥିଲା । ଗତ କିଛି ମ।ସରେ RBI ଅନେକ ବ୍ୟାଙ୍କର ଲାଇସେନ୍ସ କ୍ୟାନ୍ସଲ କରିଛି । ଗତମାସରେ ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରିଥିଲା । ତେଣୁ ଆଜିଠାରୁ ବ୍ୟାଙ୍କ ବନ୍ଦ ହେଉଥିବା ବେଳେ ଆଜିଠାରୁ ଗ୍ରାହକମାନେ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ନାହିଁ କିମ୍ବା ଉଠାଇପାରିବେ ନାହିଁ ।

ବ୍ୟାଙ୍କରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ରୋଜଗାରର ସମ୍ଭାବନା ଶେଷ ହୋଇଯିବାରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି RBI । ଏହା ବ୍ୟାଙ୍କିଙ୍ଗ ନିୟାମକ ଅଧିନିୟମ, ୧୯୪୯ର ଧାରା ୫୬ ଏବଂ ୧୧(୧) ଏବଂ୨୨(୩)(ଡି)ର ପାଳନ କରୁ ନଥିବା RBI ସୂଚନା ଦେଇଛି ।

Get real time updates directly on you device, subscribe now.