fbpx

ଏହି ଦେଶ ପାଖରେ ରହିଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ, ତାଲିକାରେ ଭାରତକୁ ବଡ଼ ଝଟକା

ନୂଆଦିଲ୍ଲୀ: ଯଦି ବିଶ୍ୱବ୍ୟାପୀ ଦେଶମାନଙ୍କ ପାସପୋର୍ଟ ମଧ୍ୟରେ ଗୋଟିଏ ଅଲିମ୍ପିକ୍ କରାଯାଏ ତେବେ ଜାପାନ୍ ସମସ୍ତଙ୍କୁ ପଛରେ ପକାଇଦେବ । କାରଣ ଜାପାନ୍ ର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ । “ହେନଲୀ ପାସପୋର୍ଟ ଇଣ୍ଡେକ୍ସ” ମୁତାବକ, ଜାପାନୀ ପାସପୋର୍ଟ ୨୦୨୧ ମସିହାର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ । ଏହି ସଂସ୍ଥା ୨୦୦୬ ମସିହାରୁ ଲଗାତର ଭାବରେ “ୱର୍ଲ୍ଡ ମୋଷ୍ଟ ଟ୍ରାଭେଲ୍ ଫ୍ରେଣ୍ଡଲୀ ପାସପୋର୍ଟ ” ର୍ୟାଙ୍କିଙ୍କ୍ ଜାରି କରିଆସୁଛି । ତେବେ ଚଳିତ ବର୍ଷ ଏହି ତାଲିକାରେ ଭାରତକୁ ବଡ଼ ଝଟକା ମିଳିଛି ।

ହେନଲୀ ଆଣ୍ଡ ପାର୍ଟନର୍ସ ମୁତାବକ, ଜାପାନୀ ପାସପୋର୍ଟ ଦୁନିଆରର ୧୯୩ ଦେଶରେ ଭିଜା ଫ୍ରୀ କିମ୍ବା ଭିଜା ଅନ୍ ଆରାଇଭାଲ୍ ଆକ୍ସେସ୍ ସୁବିଧା ଦେଇଥାଏ । ୧୯୩ ଦେଶର ତାଲିକାରେ ଜାପାନ୍ ପ୍ରଥମରେ ରହିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ଭାଇରସ୍ କାରଣରୁ ଚଳିତ ବର୍ଷ ଖୁବ୍ କମ୍ ଲୋକ ଯାତ୍ରା କରିଛନ୍ତି । ୨୦୨୧ର ପ୍ରଥମ ତିନିମାସରେ ପର୍ଯ୍ୟଟନ କ୍ଷେତ୍ର ଖୁବ୍ ଖରାପ ରହିଛି । ତେବେ ଏହି ତାଲିକାରେ ପ୍ରଥମରେ ଜାପାନ ରହିଥିବା ବେଳେ ଦ୍ୱିତୀୟରେ ରହିଛି ସିଙ୍ଗାପୁର । ଏହାର ପାସପୋର୍ଟ ୧୯୨ ଦେଶରେ ଭିଜା ଅନ୍ ଆରାଇଭାଲ୍ ଏବଂ ଭିଜା ଫ୍ରୀ ଆକ୍ସେସ୍ ର ସୁବିଧା ଦେଇଥାଏ । ସେହିପରି ୧୯୧ ଭିଜା ଫ୍ରୀ ସ୍କୋରରେ ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ କୋରିଆ ଓ ଜର୍ମାନୀ ରହିଛି ।

ଏହାପରେ ୪ର୍ଥ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ, ଇଟାଲୀ, ସ୍ପେନ୍ ଏବଂ ଲଗ୍ଜମବର୍ଗ । ଏହି ୪ଟି ଦେଶରେ ଭିଜା ଫ୍ରୀ ସ୍କୋର ୧୯୦ ରହିଛଇ । କରୋନା କାରଣରୁ ଆମେରିକା ଓ ଇଟାଲୀକୁ ବଡ଼ ଝଟକା ଲାଗିଛି । ଏହି ଦୁଇଦେଶ ୭ ନମ୍ବରରେ ରହିଛି । ଅନ୍ୟପଟେ ପାସପୋର୍ଟ ର୍ୟାଙ୍କିଙ୍କ୍ ରେ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ପାସପୋର୍ଟ ୮୪ ରୁ ୯୦ରେ ପହଞ୍ଚିଯାଇଛି । ଭାରତୀୟ ପାସପୋର୍ଟ ୫୮ ଦେଶରେ ଭିଜା ଫ୍ରୀର ସୁବିଧା ଦେଇଥାଏ ।

Get real time updates directly on you device, subscribe now.