fbpx

ଚାଷୀଙ୍କୁ ମାଲାମାଲ କରୁଛି ଏହି ଫସଲ ; କିଲୋ ପିଛା ୩୦୦ରୁ ୫୦୦ ଟଙ୍କା, କ’ଣ ରହିଛି ଏହାର ମହତ୍ତ୍ୱ ଓ ବିଶେଷତ୍ୱ

ନୂଆଦିଲ୍ଲୀ : ସାଧାରଣତଃ ବଜାରରେ ଦୁଇ ପ୍ରକାର ଆଳୁ ମିଳେ । ଗୋଟେ ହେଲା ମାଟି ଆଳୁ ବା ଦେଶୀ ଆଳୁ ଏବଂ ଅନ୍ୟଟି ହେଲା ବିଲାତ ଆଳୁ ବା ବିଦେଶୀ ଆଳୁ, ଯାହା ପ୍ରତିଟି ଘରେ ଘରେ ଖିଆ ଯାଉଥିବା ସାଧାରଣ ଆଳୁ । କ’ଣ କେବେ କଳା ଆଳୁ ବିଷୟରେ ଶୁଣିଛନ୍ତି କି?

ମାଟି ଆଳୁ ବା ଖାଲି ଆଳୁରେ ସାଧାରଣ ଚାଷୀ ବିଶେଷ କିଛି ଲାଭବାନ ହୋଇନଥାଏ । ଏମିତିରେ ଆଳୁ ଖାଇବାକୁ ଡାକ୍ତରମାନେ ବାରଣ କରୁଛନ୍ତି । ମଧୁମେହ ଭଳି ରୋଗୀଙ୍କ ପାଇଁ ଆଳୁ ଖାଇବାକୁ ଏକ ପ୍ରକାର ବାରଣ କରାଯାଇଛି । କାରଣ ଏଥିରେ ଶ୍ୱେତସାର ଅଧିକମାତ୍ରାରେ ଥାଏ । ଯାହା ସ୍ୱାସ୍ଥ ପାଇଁ ସେତେଟା ଭଲ ନୁହେଁ ।
କିନ୍ତୁ କଳା ଆଳୁ ଏହାର ଠିକ୍ ବିପରୀତ । ଏହା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ଏହାର ଦାମ ମଧ୍ୟ ଅଧିକ । ଏହି ଆଳୁ କିଲୋଗ୍ରାମ ପିଛା ୩୦୦ରୁ ୫୦୦ ଟଙ୍କା ଯାଏଁ ବିକ୍ରି ହେଉଛି । ଯାହା ଦ୍ୱାରା ଚାଷୀ ମଧ୍ୟ ବିଶେଷ ଉପକୃତ ହୋଇପାରିବ । ଏହା ମଧ୍ୟ ଏକ ପ୍ରକାର ବିଲାତ ଆଳୁ ବା ବିଦେଶୀ ଆଳୁ । ଏବେ ଏହି ଆଳୁ ଭାରତରେ ମଧ୍ୟ ଉତ୍ପାଦନ ହେଉଛି ।

ସାଧାରଣତଃ ଏହି ଆଳୁ ଆମେରିକାର ଆଣ୍ଡାମାନ ସହରର ପାର୍ବତ୍ୟ ଅଞ୍ଚଳରେ ଚାଷ କରାଯାଏ । କିନ୍ତୁ ବିହାର ଜଣେ ଚାଷୀ ପରୀକ୍ଷଣ ଭାବରେ ଏହି ଆଳୁ ଉତ୍ପାଦନ କରିଛନ୍ତି । ମାତ୍ର ୧୪ କେଜି ଆଳୁ ମଞ୍ଜି ରେ ସେ ଦେଢ କ୍ୱିଣ୍ଟାଲ ଆଳୁ ଉତ୍ପାଦନ କରିପାରିଛନ୍ତି ।

ବଜାରରେ ଚାହିଦା ଅଧିକ
ଅନେକ ଔଷଧୀୟ ଗୁଣରେ ଭରପୁର ଏହି କଳା ଆଳୁ । ଯେଉଁ କାରଣରୁ ବଜାରରେ ଏହାର ଚାହିଦା ମଧ୍ୟ ଅଧିକ । ଏଥିରେ ଅନେକ ରୋଗ ଦୂର କରିବାର ଦକ୍ଷତା ରହିଛି । କିଲୋ ପିଛା ୩୦୦ ଟଙ୍କା ଏହି ଆଳୁର ଦାମ ରହିଛି ।

କିଲୋଗ୍ରାମ ହାରରେ ୩୦୦-୫୦୦ ଟଙ୍କା
ଏଥର ଏକ ପରୀକ୍ଷଣ ଭାବରେ ୧୪ କିଲୋଗ୍ରାମ ଆଳୁ ରୋପଣ କରାଯାଇଥିଲା । ଯେଉଁଥିରେ ୧ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଆଳୁ ଉତ୍ପାଦିତ ହୋଇଛି । କୃଷକ ଆଶିଷ କହିଛନ୍ତି ଯେ ସେ ଏହାକୁ କିଲୋଗ୍ରାମ ପ୍ରତି ୩୦୦ ରୁ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି କରିବେ । ଆଶିଷ ଏହି ଆଳୁକୁ ତାଙ୍କ ଆଖପାଖର ଅନ୍ୟ କୃଷକମାନଙ୍କୁ ଦେବେ ଏବଂ ଯେପରି ଏହି ଚାଷର ପ୍ରୋତ୍ସାହନ ହୋଇପାରିବ । ତେବେ ଏହାର ଚାହିଦା ପଞ୍ଜାବ ଏବଂ ଛତିଶଗଡ ଭଳି ରାଜ୍ୟରେ ରହିଛି ।

Get real time updates directly on you device, subscribe now.