fbpx

ବାବା ରାମ ଦେବଙ୍କ ବିରୋଧରେ ମାମଲା ରୁଜୁ, ଅଭିଯୋଗ ଦାଖଲ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ବାଡମେର ଜିଲ୍ଲା ଅନ୍ତର୍ଗତ ଚୌହଟନ ଥାନାରେ ଆଜି ଜଣେ ସ୍ଥାନୀୟ ବ୍ୟକ୍ତି ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଚୌହଟନ ଥାନାର ଅଧିକାରୀ ଭୁତାରାଓ କହିଛନ୍ତି ଯେ, ସ୍ଥାନୀୟ ନିବାସୀ ପଠାଇ ଖାନ ରବିବାର ଦିନ ଯୋଗ ଗୁରୁ ରାମଦେବଙ୍କ ଉପରେ ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ନେଇ ମାମଲା ରୁଜୁ କରାଯାଇଛି । ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଆଇପିସିର ବିଭିନ୍ନ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ଗତ ଗୁରୁବାର ଦିନ ଯୋଗ ଗୁରୁ ରାମ ଦେବ ବାବା ବାଡ଼ମେରରେ ସାଧୁ ମାନଙ୍କ ଏକ ସଭାରେ ଯୋଗ ଦେଇଥିଲେ । ସେ ସେଠାରେ ହିନ୍ଦୁ ମାନଙ୍କୁ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସହ ତୁଳନା କରିଥିଲେ । ଏହା ବ୍ୟତୀତ ମୁସଲମାନ ମାନଙ୍କୁ ଆତଙ୍କବାଦ ତଥା ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବାର ଅଭିଯୋଗ କରିଥିଲେ ।
ଏହା ରାମଦେବ ବାବାଙ୍କ ପ୍ରଥମ ଘଟଣା ନୁହେଁ, ଏହା କିଛି ମାସ ପୂର୍ବରୁ ବାବା ରାମଦେବ ମହିଳାମାନଙ୍କୁ ନେଇ ବିବୃତ୍ତି ଦେଇଥିଲେ । ଯାହାକୁ ନେଇ ବିବାଦ ହୋଇଥିଲା । ସେ ମହାରାଷ୍ଟ୍ରର ଥାନେରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ମହିଳା ମାନେ ସାଢି, ସଲୱାର କମିଜ ବା ବିନା କିଛି ପିନ୍ଧି ମଧ୍ୟ ସୁନ୍ଦର ଦେଖାଯାଇପାରିବେ । ଏହାକୁ ପ୍ରତିବାଦ କରି ଦିଲ୍ଲୀର ମହିଳା ଆୟୋଗର ପ୍ରମୁଖ ସ୍ୱାତି ମାଲିୱାଲ କହିଥିଲେ ଯେ, ରାମଦେବ ବାବା ପୂରା ଦେଶକୁ ଭୁଲ ମାଗିବାକୁ ପଡ଼ିବ ।

ତେବେ ରାଜସ୍ଥାନରେ ଏପରି ମାମଲାକୁ ନେଇ ଯୋଗଗୁରୁ ରାମଦେବଙ୍କ ବିରୋଧରେ ଭାରତୀୟ ଦଣ୍ଡ ଧାରା ୧୫୩ (ଏ), ୨୯୫(ଏ) ଏବଂ ୨୯୮ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ସେନେଇ ତଦନ୍ତ ଚାଲୁ ରହିଛି । ଏହାପୂର୍ବରୁ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ବାବା ରାମଦେବଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଛି ।

Get real time updates directly on you device, subscribe now.