fbpx

ଏହି ବ୍ୟକ୍ତି ପିନ୍ଧୁଛନ୍ତି ଦୁନିଆର ସବୁଠାରୁ ମହଙ୍ଗା ସୁନାର ସାର୍ଟ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଟଙ୍କା ସବୁକିଛି ବଦଳାଇପାରେ । ଆଜିକାଲି ଧନୀ ଲୋକଙ୍କର ଅଜବ ସଉକ୍ ଦେଖିବାକୁ ମିଳୁଛି । ସେହିପରି ମହାରାଷ୍ଟ୍ର ଜଣେ ପ୍ରସିଦ୍ଧ ବ୍ୟବସାୟୀ ଓ ରାଜନେତା ପଙ୍କଜ ପାରଖ, ଯେକି ‘the man with the golden shirt’ ଭାବରେ ଜଣାଶୁଣା । ପଙ୍କଜ ତାଙ୍କ ନାଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ବା ଜିଡବ୍ଲୁଆରରେ ସାମିଲ କରିଛନ୍ତି ।

ପଙ୍କଜଙ୍କ ନାଁରେ ଜିଡବ୍ଲୁଆର ସାର୍ଟିଫିକେଟ ମଧ୍ୟ ମିଳିଛି । ଜିଡବ୍ଲୁଆରରେ ଲେଖାଅଛି ଯେ, ୪୭ ବର୍ଷର ପଙ୍କଜ ଦୁନିଆର ସବୁଠାରୁ ମହଙ୍ଗା ସୁନାର ସାର୍ଟ ପିନ୍ଧିଥିବା ବ୍ୟକ୍ତି । ଏହି ସାର୍ଟର ଦାମ୍ ୧ ଅଗଷ୍ଟ ୨୦୧୪ରେ ୯୮ ଲକ୍ଷ ୩୫ ହଜାର ଟଙ୍କା ଥିଲା । ଏହାର ଓଜନ ୪.୧୦ କିଲୋଗ୍ରାମ ଥିବା ବେଳେ ଆଜିର ତାରିଖରେ ଏହାର ଦାମ୍ ୧.୩୦ କୋଟି ଟଙ୍କା ହୋଇଛି । ଏହି ସାର୍ଟ ସହିତ ପଙ୍କଜଙ୍କ ପାଖରେ ଏକ ସୁନାର ଘଣ୍ଟା, ଅନେକ ସୁନାର ଚାମଚ, ଆଙ୍ଗୁଠି, ଗୋଟିଏ ସୁନାର ମୋବାଇଲ କଭର ଓ ସୁନାର ଫେମ୍ ଥିବା ଚଷମା ରହିଛି । ଏହାର ଓଜନ ପ୍ରାୟ ୧୦ କିଲୋଗ୍ରାମର ହେବ ।

Get real time updates directly on you device, subscribe now.