fbpx

ଓଜନ କମାଇବାକୁ ଚାହାନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ମସଲା, ଅନେକ ପ୍ରାକୃତିକ ଔଷଧୀୟ ଗୁଣରେ ଭରପୂର

ଡାଲଚିନିରେ ଅନେକ ପ୍ରାକୃତିକ ଏବଂ ଔଷଧୀୟ ଗୁଣ ଭରି ରହିଛି । ଏହା ଶରୀରର ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ ହାର ବଢାଇବା ସହ ବଡି ଫ୍ୟାଟ୍କୁ ମଧ୍ୟ କମା କରିଥାଏ। ଯଦି ଆପଣ ବଢୁଥିବା ଓଜନ ଓ ହାଇ ବ୍ଲଡ୍ ପ୍ରେସର ଆଦି ସମସ୍ୟାର ସାମ୍ନା କରୁଛନ୍ତି, ତେବେ ନିହାତି ଭାବେ ଡାଲଚିନିକୁ ନିଜ ରୁଟିନରେ ସାମିଲ କରନ୍ତୁ।ଯାହା ଆପଣଙ୍କୁ ସହଜରେ ଓଜନ କମାଇବାରେ ସାହାଯ୍ୟ କରିବ ।

ଡାଲଚିନିରେ ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି। ଯାହା ଆମ ଶରୀର ପାଇଁ ଅନେକ ଗୁଣରେ ଲାଭଦାୟକ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କାର୍ବୋ-ହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ ସହିତ କପର, ଜିଙ୍କ, ନିଆସିନ୍, ଥାୟାମିନ୍ ଏବଂ ଲାଇକୋପିନ୍ ଆଦି ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଛି। ତେବେ ଆସନ୍ତୁ ଜାଣିବା ଡାଲଚିନିରେ ପ୍ରସ୍ତୁତ ଚା’ ପିଇବା ଦ୍ବାରା ଶରୀର ପାଇଁ କେଉଁ କେଉଁ ଫାଇଦା ହୋଇଥାଏ।

ମସ୍ତିଷ୍କ ପାଇଁ ଲାଭଦାୟକ- ଡାଲଚିନିର ଚା’ ପିଇବା ଦ୍ବାରା ଆମ ମସ୍ତିଷ୍କକୁ ଚିନ୍ତା ତଥା ମାନସିକ ଚାପ ସହ ଲଢିବାକୁ ସାହାଯ୍ୟ ମିଳିଥାଏ। ଏହା ଆମ ମସ୍ତିସ୍କକୁ ଶାନ୍ତ ରଖେ ଓ ବ୍ରେନ୍ ଫଙ୍କସନକୁ ବଢାଇଥାଏ। ଏହା ସ୍ମରଣ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ମୋଟାପା- ଆଜିକା ସମୟରେ ମୋଟାପା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଯଦି ଆପଣ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ଡାଲଚିନିର ଚା’ ପିଇବା ଅଭ୍ୟାସ କରନ୍ତୁ । ଏହା ଫ୍ୟାଟ୍ ବଢାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ। ମେଟାବୋଲିଜିମ୍ ହାର ବଢାଇବା ସାଙ୍ଗକୁ ବଡି ଫ୍ୟାଟ୍ ମଧ୍ୟ କମ୍ କରିଥାଏ ଡାଲଚିନିର ଚା’।

ହାଇ ବ୍ଲଡପ୍ରେସର- ନିୟମିତ ଭାବେ ଡାଲଚିନି ଚା’ ପିଇବା ଦ୍ବାରା କେବଳ ରକ୍ତଚାପ କଣ୍ଟ୍ରୋଲ୍ ହୁଏ ତା ନୁହେଁ, ହାଇ ବ୍ଲଡ ପ୍ରେସର କମ୍ କରିବାରେ ମଧ୍ୟ ଏହା ବିଶେଷ ସାହାଯ୍ୟ କରିଥାଏ।

ଋତୁସ୍ରାବ ସମସ୍ୟା- ମହିଳାମାନେ ଋତୁସ୍ରାବ ସମୟର କିଛି ଦିନ ପୂର୍ବରୁ ଯଦି ନିୟମିତ ଭାବେ ଡାଲଚିନି ଚା ପିଅନ୍ତି, ତେବେ ଋତୁସ୍ରାବ ସମୟରେ ହେଉଥିବା ପି.ଏମ୍.ଏସ୍. ସମସ୍ୟା ତଥା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ତ୍ବଚା- ଡାଲଚିନିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ସ୍ ଶରୀରରେ ଥିବା ଟକ୍ସିନ୍ସ ଓ ଫ୍ରି ରେଡିକାଲ୍ସ୍ ସାଙ୍ଗେ ଲଢିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ। ଏହା କଳା ଚିହ୍ନ, ଦାଗ ଆଦି କମ୍ କରିବାରେ ମଧ୍ୟ ବେଶ୍ ଉପଯୋଗୀ ହୋଇଥାଏ।

କେମିତି ପ୍ରସ୍ତୁତ କରିବେ ଡାଲଚିନି ଚା- ଡାଲଚିନି ଚା ପ୍ରସ୍ତୁତ କରିବା ପାଇଁ ୧୫୦ ଏମ୍.ଏଲ୍ ପାଣିରେ ୧ରୁ ୪ ଚାମଚ ପାଉଡର୍ କିମ୍ବା ୧ ଇଞ୍ଚ୍ ଡାଲଚିନି ଖଣ୍ଡ ପକାଇ ଫୁଟାନ୍ତୁ। ଏହି ପାଣି ଅଧା ହେବା ପର୍ୟ୍ୟନ୍ତ ଫୁଟାନ୍ତୁ। ପରେ ଏହାକୁ ଛାଣି ଏଥିରେ ଲେମ୍ବୁରସ ଓ ମହୁ ମିଶାଇ ପିଅନ୍ତୁ।

Get real time updates directly on you device, subscribe now.