fbpx

ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମିତ ଶିଶୁଙ୍କଠାରେ ଦେଖାଯାଉଛି ଏହି ସାଙ୍ଘାତିକ ରୋଗ, ଡାକ୍ତର କଲେ ଆଲର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନ୍ୟ ରୋଗ ମଧ୍ୟ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିସାରିଛି । ଏହାର ପ୍ରଭାବ ସେହି ଶିଶୁମାନଙ୍କ ଉପରେ ଦେଖିବାକୁ ମିଳୁଛି, ଯେଉଁମାନେ ଜନ୍ମ ବି ହୋଇନାହାନ୍ତି । ପୋଷ୍ଟ କୋଭିଡ ପ୍ରଭାବ ସେହି ନବଜାତ ଶିଶୁମାନଙ୍କଠାରେ ଦେଖିବାକୁ ମିଳୁଛି, ଯେଉଁମାନଙ୍କ ମା’ ଗର୍ଭାବସ୍ଥା ସମୟରେ କରୋନାରେ ସଂକ୍ରମିତ ହେଉଛନ୍ତି । ଡାକ୍ତରମାନେ ବି ଏହାକୁ ମାନିଛନ୍ତି କି, ଯେଉଁ ମହିଳାମାନେ ଗର୍ଭାବସ୍ଥା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ, ସେମାନଙ୍କ ନବଜାତ ଶିଶୁଙ୍କ ଉପରେ ପୋଷ୍ଟ କରୋନା ପ୍ରଭାବ ଦେଖିବାକୁ ମିଳୁଛି ।

ଡାକ୍ତରଙ୍କ କହିବା ମୁତାବକ, ମଧ୍ୟପ୍ରଦେଶର ଜବଲପୁରରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଏପରି ନବଜାତ ନବଜାତ ଶିଶୁ ସାମ୍ନାକୁ ଆସିଛନ୍ତି, ଯେଉଁମାନଙ୍କଠାରେ ମଲ୍ଟି-ସିଷ୍ଟମ-ଇନଫ୍ଲେମେଟରୀ ସିଣ୍ଡ୍ରୋମ ରୋଗ ଦେଖିବାକୁ ମିଳୁଛି ।

ଏହି ରୋଗରେ ନବଜାତ ଶିଶୁର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇଥାଏ । ଡାକ୍ତର କହିଛନ୍ତି ଯେ, ନବଜାତ ଶିଶୁଙ୍କଠାରେ ମଲ୍ଟି-ସିଷ୍ଟମ-ଇନଫ୍ଲେମେଟରୀ ସିଣ୍ଡ୍ରୋମ ରୋଗ ହେବାରୁ ସେମାନଙ୍କ କିଡନୀ, ହାର୍ଟ, ଲିଭର ଓ ବ୍ରେନରେ ଏହାର ସିଧା ପ୍ରଭାବ ପଡିଥାଏ ।

ଡାକ୍ତରଙ୍କ କହିବା ମୁତାବକ, ଗର୍ଭବତୀ ମହିଳାମାନେ ଗର୍ଭଧାରଣର ଶେଷ ମାସରେ କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯଦି ସେହି ରୋଗ ପ୍ରତିରୋଧକ ଶକ୍ତି ଶିଶକୁ ଆବଶ୍ୟକତାଠାରୁ ଅଧିକ ମିଳିଥାଏ, ତେବେ ତାର ଆଭ୍ୟନ୍ତରୀଣ ଅଙ୍ଗ ପ୍ରଭାବିତ ହୁଏ । ଏହି ସମୟରେ ପିଲାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହି ମାମଲା ଦେଶର ବିଭିନ୍ନ ମେଡିକାଲରୁ ଆସିଥିବାରୁ ବିଶେଷଜ୍ଞମାନେ ଏହା ଉପରେ ଅଧ୍ୟୟନ କରୁଛନ୍ତି । ଯଦି ଆପଣ ନିଜ ଶିଶୁକୁ ମଲ୍ଟି-ସିଷ୍ଟମ-ଇନଫ୍ଲେମେଟରୀ ସିଣ୍ଡ୍ରୋମ ରୋଗରୁ ରକ୍ଷା କରିବାକୁ ଚାହୁଛନ୍ତି, ତେବେ ଗର୍ଭାବସ୍ଥା ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.