fbpx

ଟିମ ଇଣ୍ଡିଆକୁ ଲାଗିପାରେ ଶକ୍ତ ଝଟକା: ଏସିଆ କପ-୨୦୨୨ରୁ ବାହାରି ପାରନ୍ତି ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୨୪ ତାରିଖରୁ ଏସିଆ କପ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଆୟୋଜନ କରାଯିବ । କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ଷ୍ଟାର ପ୍ଲେୟର ଏସିଆ କପରୁ ବାଦ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି । ଆହତ ଜନିତ ସମସ୍ୟା କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ହାତଛଡା କରିପାରନ୍ତି ଦଳର ପ୍ରମୁଖ ଖେଳାଳି ।

ସୂଚନା ଅନୁସାରେ, ଗତ ଭାରତ-ସାଉଥ ଆଫ୍ରିକା ଟି-୨୦ ସିରିଜ ପୂର୍ବରୁ ଅଘାତ ପାଇ ଦଳରୁ ବାଦ ପଡିଥିଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି କେ.ଏଲ ରାହୁଲ । ଏହାପରେ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚରୁ ମଧ୍ୟ ସେ ବାଦ ପଡିଛନ୍ତି । ତେବେ ରିପୋର୍ଟ ଅନୁଯାୟୀ ତାଙ୍କ ଆଘାତର ଅପରେସନ ପରେ ରାହୁଲଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୬-୧୨ ସପ୍ତାହ ପର୍ଯ୍ୟନ୍ତ ଲାଗିପାରେ । ତେବେ ଏମିତି ହେଲେ ଏସିଆ କପ-୨୦୨୨ରେ ସ୍ଥାନ ପାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡିବ । ଏହି ସମୟରେ ରାହୁଲ ବେଙ୍ଗଲୁରୁର କ୍ରିକେଟ ଏକାଡେମୀରେ ଥେରାପୀ ପାଇଁ ଯାଇପାରନ୍ତି । ତେବେ ଆହତ ପରେ ଜର୍ମାନୀରେ ତାଙ୍କ ଅପରେସନ ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି ।

KL Rahul and Axar Patel ruled out of T20I series against West Indies | Cricket - Hindustan Times

ମାର୍ଚ୍ଚ ୧୯ ତାରିଖରେ ଏସିଆନ କ୍ରିକେଟ କାଉନ୍ସିଲ(ଏସିସି)ର ଏକ ବୈଠକରେ ଏସିଆ କପକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଘୋଷଣା ହେବା ପରେ ଏଥିରେ ପୁଣି ଥରେ ପରିବର୍ତ୍ତନ ହୋଇଛି । ତେବେ ନୂଆ ନିଷ୍ପତ୍ତି ଅନୁସାରେ, ୨୪ ଅଗଷ୍ଟରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

Get real time updates directly on you device, subscribe now.