fbpx

ଅଧିକ ସମୟ ରହୁଛି କି କରୋନା ଏହି ଲକ୍ଷଣ? ଅନୁଭବ କରିବା ମାତ୍ରେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ଦେଶରେ ବଢ଼ିବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିଛି । ଏହାରି ମଧ୍ୟରେ ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ସୁସ୍ଥ ହେଉଥିବା ଲୋକଙ୍କ ଠାରେ କୋଭିଡର ହାଲୁକା ବା ମଧ୍ୟମ ଲକ୍ଷଣ ଦେଖିବାକୁ ମିଳିଥାଏ । କିଛି ସୁସ୍ଥ ଲୋକଙ୍କଠାରେ କରୋନାର ଲକ୍ଷଣ ଅଧିକ ସମୟ ରହିଥାଏ । ରିପୋର୍ଟ ନେଗେଟିଭ ଆସିଲେ ବି ଲୋକମାନଙ୍କଠାରେ ଲକ୍ଷଣ ଦେଖାଦେଇଥାଏ । କିଛି ଲୋକେ ଏହାକୁ ଅଣଦେଖା କରିଦିଅନ୍ତି, କିନ୍ତୁ ଏପରି କରନ୍ତୁ ନାହିଁ ।

ରିସର୍ଚ୍ଚରୁ ଜଣାପଡିଛି ଯେ, କୋଭିଡ ଚିହ୍ନଟ ପରେ ବି ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ରହିଥାଏ । ଲମ୍ବା ସମସ୍ତ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯିବାକୁ ତାହାକୁ ଲଙ୍ଗ କୋଭିଡ କୁହାଯାଉଛି । ବୃଦ୍ଧ ଓ ପୂର୍ବରୁ ରୋଗରେ ଆକ୍ରାନ୍ତ ଲୋକଙ୍କଠାରେ ଏହି ଲଙ୍ଗ କୋଭିଡ ଅଧିକ ଦେଖା ଦେଇଥାଏ । ଏବେ ମହିଳାମାନଙ୍କଠାରେ ବି ଏହା ଦେଖାଦେଉଛି । ଲଙ୍ଗ କୋଭିଡର ଲକ୍ଷଣରେ ଥକ୍କା, ଲଗାତାର କାଶ, ନିଶ୍ୱାସ ନେବାରେ କଷ୍ଟ, ବ୍ରେନ ଫଗ୍ ଓ ଏଗ୍ନଜାଇଟ୍ ସାମିଲ ରହିଛି । ଲଙ୍ଗ କୋଭିଡ ସହ ଲଢ଼ୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ଯତ୍ନ ଓ ଭଲ ଖାଇବା ପାଇଁ ପରାମର୍ଶ ଦିଆଯାଉଛି ।

କୋଭିଡର ମୁଖ୍ୟ ଲକ୍ଷଣ ମଧ୍ୟରେ ରହିଛି– ଗନ୍ଧ ଓ ସ୍ୱାଦ ଅନୁଭବ ନହେବା । ଅଧିକାଂଶ କୋଭିଡ ଆକ୍ରାନ୍ତଙ୍କ ନାକରୁ ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମିତ ହେଉଛି । ଫଳରେ ଗନ୍ଧ ନଆସିବା ଓ ମୁହଁର ସ୍ୱାଦ ଚାଲିଯାଏ । ସୁସ୍ଥ ହେବା ପରେ ଅଧିକ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଦେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.