fbpx

ଏଥର ୟୁ-ଟ୍ୟୁବରେ ପୂରା ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଯାଉଛନ୍ତି ସରକାର । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ସବୁ ପରମ୍ପରାର ସିଧା ପ୍ରସାରଣ ହେବ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ସାରା ବିଶ୍ୱର ଭକ୍ତମାନେ ରଥଯାତ୍ରା ଦେଖିପାରିବେ ।

ତେବେ ଜୁନ୍ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ ୟୁଟ୍ୟୁବରେ ହେବ । ଏହା ବ୍ୟତିତ ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ ହେବ । ୨୩ରେ ନୀଳାଦ୍ରି ବିଜେର ସିଧାପ୍ରସାରଣ  କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ । youTube/I&PR odishaରେ ଭକ୍ତମାନେ ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।

Get real time updates directly on you device, subscribe now.