fbpx

ଶୀଘ୍ର କେଶ ଧଳା ହେଇଯାଉଛି କି, ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅଧିକାଂଶ ପିଲାଙ୍କର କେଶ ଶୀଘ୍ର ଧଳା ହେଇଯାଉଛି। ତେଣୁ ସାଲୁନ୍ ଯାଇ କିମ୍ବା ଘରେ ବଜାରରୁ ମିଳୁଥିବା କଳା କରିବା ପାଇଁ ବିଭିନ୍ନ ଜିନିଷ ଲଗାଇ କେଶକୁ କଳା କରିବାକୁ ପଡ଼ୁଛି। ଯାହାର ପର୍ଶ୍ୱପ୍ରତିକ୍ରିୟାର ଭୟ ରହିଥାଏ। ତେଣୁ କିଛି ଘରୋଇ ଉପାୟ ରହିଛି ଯାହା  ଦ୍ୱାରା ସମୟ ପୂର୍ବରୁ  ଆପଣଙ୍କ କେଶ ଧଳା ହେବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା।

ମେହେନ୍ଦୀ ଓ ମେଥିକୁ ମିଶାଇ ପେଷ୍ଟ ତିଆରି କରି ସେଥିରେ କିଛି ମାତ୍ରାରେ ବଟର ମିଲ୍କ ଓ ନଡ଼ିଆ ତେଲ ମିଶାଇ  କେଶରେ ମସାଜ କରନ୍ତୁ।

ଭୃସଙ୍ଗା ପତ୍ର ମଧ୍ୟ କେଶକୁ ଶୀଘ୍ର ପାଚିବାରୁ ରକ୍ଷା କରିଥାଏ। ତେଣୁ ନଡ଼ିଆ ତେଲରେ ଭୃସଙ୍ଗା ପତ୍ର ଫୁଟାଇ ଥଣ୍ଡା ହେବା ପରେ କେଶ ରେ ଲଗାନ୍ତୁ।

 ପିଆଜକୁ ପ୍ରଥମେ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ସେଥିରୁ ତାର ରସକୁ କେଶରେ ମସାଜ କରନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ। କେଶ ଶୀଘ୍ର ଧଳା ହେବ ନାହିଁ।

ନଡ଼ିଆ ତେଲ ଓ ବାଦାମ ତେଲକୁ ମିଶାଇ ଲଗାଇଲେ ବହୁତ ଫାଇଦା ମିଳେ। ଏହା ମାଧ୍ୟମରେ କେଶକୁ ଧଳା ହେବାରୁ ରୋକା ଯାଇପାରିବ।

Get real time updates directly on you device, subscribe now.