fbpx

କ୍ୟାନ୍ସରକୁ ଶେଷ କରିଦେବ ଏହି ଭାଇରସ୍: ମଣିଷ ଉପରେ କରାଗଲା ପ୍ରଥମ କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: କ୍ୟାନ୍ସରକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଡାକ୍ତରମାନେ କ୍ଲିନିକାଲ ଟ୍ରାଏଲ ସମୟରେ ଜଣେ ମଣିଷକୁ ଏକ ଭାଇରସର ଇଞ୍ଜେକ୍ସନ ଦେଇଛନ୍ତି । ମଣିଷ ଶରୀରରେ ଥିବା କ୍ୟାନ୍ସର କୋଷକାକୁ ମାରିବା ଉଦ୍ଦେଶ୍ୟରେ ଡାକ୍ତରମାନେ ଏପରି କରିଛନ୍ତି । ଏହି ଭାଇରସ୍ ପଶୁଙ୍କ ଉପରେ ସକାରାତ୍ମକ ପରିଣାମ ଦେଇସାରିଛି । ରିସର୍ଚ୍ଚ ଅନୁସାରେ, ଏହି ଚିକିତ୍ସାକୁ ଅଙ୍କୋଲଇଟିସ୍ ଭାଇରସ୍ ଥେରାପି କୁହାଯାଏ ।

ଅଙ୍କୋଲଇଟିସ୍ ଭାଇରସ୍ ଇମ୍ୟୁନୋଥେରାପିର ଏକ ରୂପ, ଯାହା କ୍ୟାନ୍ସରର କୋଷିକାକୁ ସଂକ୍ରମିତ ଏବଂ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଭାଇରସ୍ ଆମ କୋଷକୁ ସଂକ୍ରମିତ କରିଥାଏ ଏବଂ ତା’ପରେ କୋଷର ଜେନେଟିକ୍ ମସିନାରୀର ବ୍ୟବହାର କରନ୍ତି ।

ଏହି କ୍ୟାନ୍ସର କିଲିଂ ଭାଇରସକୁ ଭ୍ୟାକ୍ସିନିଆ ଭାବରେ ଜଣାଯାଉଛି । ଏହାକୁ କ୍ୟାନ୍ସର କୋଷିକାକୁ ମାରିବା ଓ ସୁସ୍ଥ କୋଷିକାକୁ ରକ୍ଷା କରିବା ପାଇଁ ଡିଜାଇନ୍ କରାଯାଇଛି । ରିପୋର୍ଟ ଅନୁସାରେ, ଏହି ଟ୍ରାଏଲକୁ ପୂରଣ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିବ । ଏହା ଅଧୀନରେ ସମଗ୍ର ଆମେରିକାରେ ୧୦୦ କର୍କଟ ରୋଗୀଙ୍କ ଉପରେ ପରୀକ୍ଷଣ କରାଯିବ ।

କ୍ୟାନ୍ସର ଉପରେ ରିସର୍ଚ୍ଚ କରୁଥିବା କମ୍ପାନୀ Imugene Limited ଅନୁସାରେ, ଏହି ଚିକିତ୍ସା କ୍ୟାନ୍ସର ରୋଗ ବିରୁଦ୍ଧରେ ଲୋକଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ସାହାଯ୍ୟ କରିପାରିବ । ଏହି କମ୍ପାନୀ ହିଁ ଭାଇରସ୍ ଭ୍ୟାନ୍ସିନର ବିକାଶ କରୁଛି । ଏହାର ସମ୍ପୂର୍ଣ୍ଣ ନାମ ହେଉଛି CF33-hNIS VAXINIA ।

Get real time updates directly on you device, subscribe now.