fbpx

Zoom ଆପ୍ ୟୁଜର୍ସଙ୍କୁ ମିଳିବ ୧୮୮୪ ଟଙ୍କା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: କରୋନ।। କାଳରେ ଭିଡିଓ କନଫରେନ୍ସିଂ ଆପ୍ ‘ଜୁମ୍’ ବେଶ ଲୋକପ୍ରିୟ ହୋଇଛି । ଏହା ଆଜି ବି ସବୁଠାରୁ ଅଧିକ ବ୍ୟବହୃତ ଭିଡିଓ କନଫରେନ୍ସିଂ ଆପ୍ ମଧ୍ୟରେ ନମ୍ବର ୱାନ୍ ସ୍ଥାନରେ ରହିଛି । ଏହି ଆପ୍ ଜରିଆରେ ଉପଭୋକ୍ତମାନେ କମ୍ପାନୀଠାରୁ ଏବେ ୨୫ ଡଲାରର କ୍ଷତିପୂରଣ ନେଇପାରିବେ । ତେବେ ଜୁମ୍ ଆପ୍ ନିଜର ଗ୍ରାହକମାନଙ୍କ ସୁରକ୍ଷା ଓ ଗୋପନୀୟତା ସହିତ ବୁଝାମଣା କରିଛି । ଥାର୍ଡ ପାର୍ଟିକୁ ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ବାଣ୍ଟିଥିବା ନେଇ କମ୍ପାନୀ ପରେ ଅଭିଯୋଗ ହୋଇଛି । ଜୁମ୍ ଆପ ଏହି ଅଭିଯୋଗକୁ ଅସ୍ୱୀକାର କରିଛି, କିନ୍ତୁ ତଦନ୍ତରୁ ମୁକୁଳିବା ଓ ନିଜର ଗୋପନୀୟତା ଓ ସୁରକ୍ଷା ନୀତିରେ ସୁଧାର ଆଣିବା ପାଇଁ ୮୫ ମିଲିୟନ ଡଲାରର କ୍ଷତିପୂରଣ ଦେବାକୁ ରାଜି ହୋଇଛି କମ୍ପାନୀ । କେବଳ ଆମେରିକୀୟ ୟୁଜର୍ସମାନେ ଦାବିପତ୍ର ଦାଖଲ କରିପାରିବେ ।

ଜୁପ୍ ସେହିମାନଙ୍କୁ କ୍ଷତିପୂରଣ ଦେବାକୁ ରାଜି ହୋଇଛି, ଯେଉଁମାନଙ୍କର ବ୍ୟକ୍ତିଗତ ସୂଚନାକୁ ସେୟାର କରାଯାଇଛି । ଦାବି ସମାଧାନ ପାଇଁ କମ୍ପାନୀ ୟୁଜର୍ସଙ୍କୁ ୨୫ ଡଲାର ପର୍ଯ୍ୟନ୍ତ କ୍ଷତିପୂରଣ ଦେବ । ସମସ୍ତ ଉପଭୋକ୍ତା କମ୍ପାନୀଠାରୁ ଟଙ୍କା ପାଇବାକୁ ଯୋଗ୍ୟ ନୁହଁନ୍ତି । ଯଦି ଆପଣ ଜୁପ୍ ମିଟିଂ ଆପର ପେଡ ସବ୍ସକ୍ରାଇବର ଓ ୨୦୧୬ରୁ ଜୁଲାଇ ୨୦୨୧ ମଧ୍ୟରେ ଆପ ପାଇଁ ପେମେଣ୍ଟ କରିଛନ୍ତି, ତେବେ ଆପଣ ୨୫ ଡଲାର ପାଇଁ ଦାବି କରିପାରିବେ ବା ଆପଣ ଦେଇଥିବା ଟଙ୍କାର ୧୫ ପ୍ରତିଶତ ପ୍ରାପ୍ତ କରିପାରିବେ ।

ନଗଦ ଟଙ୍କା ପାଇବା ପାଇଁ ଆପଣଙ୍କୁ ଏକ ଦାବି କରିବାକୁ ପଡିବ । ଦାବି କରିବା ପାଇଁ ଆପଣଙ୍କୁ ଏକ ଦାବି ଫର୍ମ ପୂରଣ କରି ତାକୁ ଜମା କରିବାକୁ ପଡିବ । କିମ୍ବା ମେଲ ମାଧ୍ୟମରେ ଫର୍ମଗୁଡିକ ଅନଲାଇନରେ ଦାଖଲ କରିପାରିବେ । ଦାବି ଜମା କରିବାର ସମୟସୀମା ରହିଛି ମାର୍ଚ୍ଚ ୫, ୨୦୨୨ । କମ୍ପାନୀରୁ ଟଙ୍କା ପାଇବା ପାଇଁ ଆପଣଙ୍କୁ ଏହି ତାରିଖ ପୂର୍ବରୁ ଦାବି ଜମା କରିବାକୁ ପଡିବ ।

Get real time updates directly on you device, subscribe now.