fbpx

ମାସେ ପରେ ବି ଥମୁନି ଜ୍ୱାଳାମୁଖୀ, ହଜାର ହଜାର ଘର ହୋଇସାରିଲାଣି ଭସ୍ମ

ନୂଆଦିଲ୍ଲୀ: ସ୍ପେନର ଲା ପାଲମା ଦ୍ୱୀପରେ ଜ୍ୱାଳାମୁଖୀ ନଦୀ ପରି ବହିବାରେ ଲାଗିଛି । ମାସକ ତଳେ ଆରମ୍ଭ ହୋଇଥିବା ଏହି ଜ୍ୱାଳାମୁଖୀ ଏବେ ଭୟଙ୍କର ରୂପ ନେଇସାରିଛି । ତେବେ ଏହି ନରରାକ୍ଷସ ରୂପୀ ଜ୍ୱାଳାମୁଖୀର ତାଣ୍ଡବରୁ ବଞ୍ଚାଇବା ପାଇଁ ଲୋକମାନଙ୍କୁ ସେମାନଙ୍କ ଘରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏନେଇ ସ୍ପେନର ଜିୟୋଲୋଜିକାଲ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଲା ପାଲମା ଦ୍ୱୀପରେ ପହଞ୍ଚିବା ପରେ ଜର୍ମାନ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋ ସାଇନ୍ସେସର ବୈଜ୍ଞାନିକମାନେ କହିଛନ୍ତି ଯେ, ଜ୍ୱାଳାମୁଖୀର ଦୈର୍ଘ୍ୟ ୬୩୦୦ ମିଟର, ପ୍ରସ୍ଥ ଏକ ହଜାର ମିଟର ଓ ୨୫ ମିଟର ଉଚ୍ଚତା ରହିଛି । ଏଥିରୁ ସହଜରେ ଉକ୍ତ ଜ୍ୱାଳାମୁଖୀର ଭୟାବହତା  ଅନୁମେୟ ବୋଲି ସେମାନେ କହିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୩.୫ ତୀବ୍ରତା ବିଶିଷ୍ଟ ଭୂକମ୍ପର ୧୬ ଝଟକା ଦେଖିବାକୁ ମିଳିଛି । ଜ୍ୱାଳାମୁଖୀ କାରଣରୁ ଲା ପାଲମା ଏୟାରପୋର୍ଟ ଗତ ମାସକୁ ତଳୁ ବନ୍ଦ ରହିଛି । ତେବେ ବର୍ତ୍ତମାନ ୧୧୯୦ ଏକର ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ୧୧୫୦ କୋଠାକୁ ଜ୍ୱାଳାମୁଖୀ ବର୍ବାଦ କରିଦେଇଛି ।

Get real time updates directly on you device, subscribe now.