fbpx

ଚିଠି ବୋମା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଧମକ: ଜୟରାମ କହିଲେ ‘ସାହସ ଅଛି ତ ସାମନାକୁ ଆସ୍….’

ସିମଳା: ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏକ ଚିଠି ବୋମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଚିଠିକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖକୁ ପଠାଇଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ, କିଛି ମନ୍ତ୍ରୀ ଓ ଏକ ଆୟୋଗର ଅଧ୍ୟକ୍ଷଙ୍କ ଦୁର୍ନୀତି, କେଳେଙ୍କାରି ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଉଲ୍ଲେଖ କରାଯାଇଛି ।

ଏହି ଚିଠି ହସ୍ତଗତ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରୋଧାନ୍ୱିତ ହୋଇ କହିଛନ୍ତି ଯେ, ‘ସାହସ ଅଛି ତ ନାମ, ଠିକଣା ଧରି ସାମନାକୁ ଆସ୍, ଯାଞ୍ଚ କରିବା ।’ କେହି ଜଣେ ବିକୃତ ମାନସିକତାଧାରୀ ଯୁବକ ଏହି ହରକତ କରିଛି । ତେବେ ଦୋଷୀକୁ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ମୁତାବକ, ମିଳିଥିବା ଚିଠିର ନିମ୍ନଦେଶରେ ପବନ କୁମାର ନାମକ ଜଣେ ବ୍ୟକ୍ତିଙ୍କର ନାମ ଲେଖାଯାଇଥିଲା । ଏହାଛଡ଼ା ଲେଖାଯାଇଥିଲା ଯେ, ଜଣେ ଡ୍ରଗ ଅଧିକାରୀ ଓ ମନ୍ତ୍ରୀମାନେ ମିଶି ଏକ ଫାର୍ମ କମ୍ପାନୀଠାରୁ ଅର୍ଥ ଚଳୁ କରୁଛନ୍ତି । ଚିଠିରେ ବହୁତ ଭୁଲ ରହିଥିବାରୁ ତାହା ଏକ ଫେକ୍ ଚିଠି ବୋଲି କୁହାଯାଇଛି । ଏହାପୂର୍ବରୁ ମଧ୍ୟ ଆଉ ଚିଠି ଭାଇରାଲ୍ ହୋଇଥିଲା, ଯେଉଁଥିପାଇଁ ଜଣେ ମନ୍ତ୍ରୀଙ୍କର ଗାଦି ଚାଲିଯାଇଥିଲା ।

Get real time updates directly on you device, subscribe now.