ସୋଫିଆଙ୍କ ସମେତ କଂଗ୍ରେସରୁ ୩ ବିଧାୟକ ନିଲମ୍ୱିତ, ବାପାଙ୍କ ପରେ ଦଳ ବିରୋଧୀ କାର୍ଯ୍ୟକରି ବାହାରିଲେ ଝିଅ

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସରୁ ନିଲମ୍ୱିତ ହେଲେ ୩ ବିଧାୟକ।

ଭୁବନେଶ୍ୱର: କଂଗ୍ରେସରୁ ୩ ବିଧାୟକ ନିଲମ୍ୱିତ। କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ୱିତ ହେଲେ ୩ ବିଧାୟକ। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଶ ନିଲମ୍ୱିତ। ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧଥୀ କାର୍ଯ୍ୟ ପାଇଁ ହେଲେ ନିଲମ୍ୱିତ।

ଦଳୀୟ ହୁଇପ୍ ଉଲ୍ଲଘଂନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ଏହି ୩ କଂଗ୍ରେସ ବିଧାୟକ। ତେଣୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏମାନଙ୍କ ଉପରେ ତୁରନ୍ତ ଆକ୍ସନ ନେଇଛି।

ଏନେଇ ପ୍ରେସମିଟ୍ କରି କଂଗ୍ରେସ ମିଡିଆ ସେଲ୍ ସଭାପତି ଅରବିନ୍ଦ ଦାସ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ନିଲମ୍ୱିତ ୩ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ।

ତେବେ ଯଦି ଦେଖିବା ସୋଫିଆ ଫିର୍ଦ୍ଦୋଶ ପ୍ରଥମ ଥର ପାଇଁ ୨୦୨୪ରେ ନିର୍ବାଚନ ଲଢିଥିଲେ। ଆଉ ପ୍ରଥମ ଥର ହିଁ କଟକରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ମଧ୍ୟ ସୋଫିଆଙ୍କ ବାପା ମହମ୍ମଦ ମୋକିମ୍ ଦଲ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କାର ହୋଇଥିଲେ।

ଆଉ ପରେ ସେ ଘୋଷଣା କରିଥିଲେ ଯେ ନିଜେ ଏକ ସ୍ୱତନ୍ତ୍ର ପାର୍ଟି ଗଠନ କରିବେ। କେବଳ ସେତିକି ନୁହେଁ କଂଗ୍ରେସରୁ ମୋକିମ ବହିଷ୍କାର ହେବା ଦିନଠାରୁ ଚର୍ଚ୍ଚା ହେଉଥିଲା କି ବାପାଙ୍କ ପରେ ଝିଅ ମଧ୍ୟ କଂଗ୍ରେସ ଛାଡ଼ି ପାରନ୍ତି।

ଆଉ ସେସବୁ ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି। ଅବସ୍ୟ ସୋଫିଆ ଦଳ ଛାଡ଼ି ନାହାଁନ୍ତି ବରଂ ସେ ଏପରି କିଛି ଦଲ ବିରୋଧୀ କାର୍ଯ୍ୟ କରିଛନ୍ତି ଯାହା ପାଇଁ ଦଳ ତାଙ୍କୁ ନିଲମ୍ୱିତ କରିଛି।