fbpx

ଜନ୍ମ ମାଟିରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର: ୩ ଦିନ ରାଜ୍ୟବ୍ୟାପୀ ଶୋକ ପାଳନ, କାଲି ଯାଏଁ ସରକାରୀ କାର୍ଯ୍ୟକ୍ରମ ବନ୍ଦ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ହେବ ଅନ୍ତିମ ସଂସ୍କାର । ଜନ୍ମମାଟି ଝାରସୁଗୁଡ଼ାରେ ନବ ଦାସଙ୍କ ଅନ୍ତିମ ସଂସ୍କାର ହେବ । ସ୍ୱତନ୍ତ୍ର ବିମାନ ଯୋଗେ କର୍ମଭୂର୍ମିକୁ ଯିବ ମନ୍ତ୍ରୀଙ୍କ ପାର୍ଥିବ ଶରୀର । ମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ । ତେବେ ମନ୍ତ୍ରୀଙ୍କ ଶେଷକୃତ୍ୟ ବେଳେ ସେଠାରେ ୩ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏବେ ଭୁବନେଶ୍ୱରର ସରକାରୀ ବାସଭବନରେ ମନ୍ତ୍ରୀ ମରଶରୀର ଥିବା ସୂଚନା ମିଳିଛି । କିଛିଚ ସମୟ ପରେ ବିଜେଡ଼ି କାର୍ଯ୍ୟାଳୟକୁ ନିଆଯିବ ମନ୍ତ୍ରୀଙ୍କ ପାର୍ଥିବ ଶରୀର ।

ଅନ୍ୟପଟେ ନବ ଦାସଙ୍କ ପରଲୋକରେ ରାଜ୍ୟରେ ୩ ଦିନିଆ ଶୋକ ପାଳନ ହେବ । ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ ବ୍ୟାପୀ ଶୋକ ପାଳନ ହେବ । ୩ ଦିନ ଧରି ସରକାରୀ ଭାବେ ହେବନି ମନୋରଞ୍ଜନ କାର୍ଯ୍ୟକ୍ରମ । ଶେଷକୃତ୍ୟ ସ୍ଥଳରେ ଅର୍ଦ୍ଧନିର୍ମିତ ହେବ ଜାତୀୟ ପତାକା । ଆସନ୍ତାକାଲି ଯାଏଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି ।

ତେବେ ମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ତାଙ୍କୁ ଜଣେ ପୋଲିସ ଏଏସଆଇ ଗୁଳିମାଡ କରିଥିଲେ । ଫଳରେ ଗୁଳିଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଯାହାଫଳରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ବୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡର ମାଧ୍ୟମରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବା ସହ ଅସ୍ତ୍ରୋପଚାର ମଧ୍ୟ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.