fbpx

ଆଜିଠାରୁ ମୋଦିଙ୍କର ୩ ଦିନିଆ ଆମେରିକା ଗସ୍ତ ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୩ ଦିନିଆ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ୨୪ ତାରିଖରେ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ବୈଠକରେ ଯୋଗ ହେବେ । ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଉପସ୍ଥିତ ରହିବ ବୋଲି ଜଣାପଡ଼ିଛି ।

ତେବେ ଏହା ମୋଦି-ବାଇଡେନଙ୍କର ଦ୍ୱିତୀୟ ସାକ୍ଷାତ । ପୂର୍ବରୁ ବାଇଡେନ ଉପରାଷ୍ଟ୍ରପତି ଥିବା ସମୟରେ ମୋଦିଙ୍କ ସହ ଭେଟ ହୋଇଥିଲା । ଏହି ଗସ୍ତ ଅବସରରେ ମୋଦି ଦ୍ୱିପାକ୍ଷିକ ବୈଠକ ଛଡ଼ା କ୍ୱାଡ ମିଟିଂରେ ଅଂଶଗ୍ରହଣ କରିବେ । ସେହିପରି ମୋଦି ବ୍ୟବସାୟର ପାରସ୍ପରିକ କ୍ରିୟା ଓ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଏହି ଯାତ୍ରାରେ ମୋଦିଙ୍କ ସହ ଯିବେ । ଆସନ୍ତା ୨୬ ତାରିଖରେ ମୋଦିଙ୍କ ଆମେରିକା ଗସ୍ତ ସମାପ୍ତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.