fbpx

ଯୋଡ଼ାରେ ଦୁର୍ଘଟଣା: ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ

ଯୋଡ଼ା(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି । ମା’ ଓ ଛୁଆ ସମେତ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ୩ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଗତକାଲି ରେଳଲାଇନ୍ ପାର ବେଳେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଏଭଳି ଏକ ଅଭାବନୀୟ ଘଟଣା ଯୋଡ଼ା ବାଂଶପାଳ ବେହେରା ହଟିଂ ନିକଟରେ ଘଟିଥିଲା । ୨୨ଟି ହାତୀ ରେଳ ଲାଇନ୍ ପାର ବେଳେ ଟ୍ରେନ୍ ଧକ୍କା ଦେଇଥିଲା ।

Get real time updates directly on you device, subscribe now.