fbpx

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ୩ ଜଣ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସରକାରର ରାଜ୍ୟରେ ୨ ବର୍ଷ ପୂର୍ତ୍ତି ଅବସରରେ ସେ ଇସ୍ତଫା ଘୋଷଣା କରିବା ସହ ମଧ୍ୟାହ୍ନଭୋଜନ ପରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବେ ବୋଲି କହିଥିଲେ ।

ତେବେ ୟେଦ୍ଦୁରାପ୍ପାଙ୍କ ପରେ କିଏ ଧରିବ କର୍ଣ୍ଣାଟକର ମଙ୍ଗ? ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କର୍ଣ୍ଣାଟକ ରାଜନୀତି । ତେବେ ଇତିମଧ୍ୟରେ ସଂସଦ ଭବନରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ଉପରେ ଆଲୋଚନା ହୋଇଛି । ଚଳିତ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିବ ବୋଲି କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ରେସରେ ୩ ଜଣ ରହିଥିବା ବେଳେ ହାଇକମାଣ୍ଡ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ରାଜ୍ୟର ଗୃହମନ୍ତ୍ରୀ ଥିବା ବସବରାଜ ବୋମ୍ମଇ, ବିଧାନସଭା ଅଧ୍ୟକ୍ଷ ବିଶ୍ୱେଶ୍ୱର ହେଗଡେ କଗେରୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ନାମ ସର୍ବାଗ୍ରେ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.