fbpx

ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ

ବୌଦ୍ଧ,୨୧ ।୧(ଓଡିଶା ଭାସ୍କର): ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଉପରେ ଆଜି ସକାଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଡମ୍ପର ଧକ୍କା ଦେବା ଫଳରେ ଗୋଟିଏ ପରିବାର ୩ ଜଣଙ୍କର ମୃତ୍ୟୁ ହୋଇଛି । ମା’ ସହ ପୁଅ ଝିଅଙ୍କର ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ।

ତେବେ ଅଟୋକୁ ଧକ୍କା ଦେଇ ରାସ୍ତାକଡରେ ଓଲଟିପଡିଥିଲା ପିଚୁ ବୋଝେଇ ଡମ୍ପର । ଭାରସାମ୍ୟ ହରାଇବା ଫଳରେ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଛି ।

Get real time updates directly on you device, subscribe now.