fbpx

କଳାହାଣ୍ଡି: ବସ୍ ଧକ୍କାରେ ଗୋଟିଏ ପରିବାରର ୩ ମୃତ

କଳାହାଣ୍ଡି,୪ ।୩(ଓଡିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଡଙ୍ଗରିଗୁଡାରେ ବାଇକକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ସହିତ ସେମାନଙ୍କର ଝିିଅର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଗୋଟିଏ ପରିବାରର ଚାଲିଗଲା ୩ ଜଣ ଜୀବନ । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗାଁ ନିକଟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି।

ତେବେ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ, ସୁକେଶୀ ବାଗ ଓ ସେମାନଙ୍କର ଝିଅ ସୁପ୍ରିୟା ବାଗ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିପିଗୁଡ଼ା ଗାଁକୁ କନ୍ୟାବିଦା କରିବାକୁ ଯାଇଥିଲେ। ଗତକାଲି ବିବାହ ସମାରୋହର ଆୟୋଜନା ହୋଇଥିଲା। ଆଜି ସେମାନେ ଭୋଜି ଖାଇ ସାରି ଅପରାହ୍ନ ପ୍ରାୟ ୨ଟାରେ ଘରକୁ ଫେରୁଥିଲେ। କିନ୍ତୁ କେଗାଁରୁ କେସିଙ୍ଗା ଯାଉଥିବା ଜଗନ୍ନାଥ ବସଟି ବାଇକକୁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଓ ବାଇକରେ ବସିଥିବା ମହିଳା ଓ ଶିଶୁ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଛୋଟ ଝିଅ ସୁପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ସୁପ୍ରିୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଗୋଲାମୁଣ୍ଡା ପୋଲିସ ।

Get real time updates directly on you device, subscribe now.