fbpx

ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର):କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଘଟଣାରେ ଆଉ ୩ ଜଣ ବନ୍ଧା ହୋଇଛନ୍ତି । ୩ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି କେନ୍ଦୁଝର ଥାନା ପୋଲିସ । ଆକ୍ରମଣ ଘଟଣାରେ ଆଜି ସୁଦ୍ଧା ୪ ଅଭିଯୁକ୍ତ ବନ୍ଧା ହୋଇସାରିଛନ୍ତି ।

ତେବେ କେନ୍ଦୁଝର ସହରର କାଶୀପୁର ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଥିଲେ।

Get real time updates directly on you device, subscribe now.