fbpx

ପୋଲ ତଳକୁ କାର ଖସିବାରୁ ୩ ମୃତ

ବାଲେଶ୍ୱର,୧୫ ।୫(ଓଡିଶା ଭାସ୍କର): ପୋଲ ତଳକୁ କାର ଖସିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଅନ୍ତର୍ଗତ ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି ।

ସୂଚନା ମୁତାବକ, ଏକ କାରରେ ବାରିପଦାରୁ ୫ ଜଣ ଯୁବକ ଭୁବନେଶ୍ୱର ଯାଉଥିଲେ । କୌଣସି କାରଣବଶତଃ କାରଟି ନିଜର ନିୟନ୍ତ୍ରଣ ହରାଇବାରୁ ପୋଲ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୩ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଗୁରୁତର ହୋଇଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତ ଓ ଗୁରୁତର ବାରିପଦା ଅଞ୍ଚଳର ବୋଲି ଜଣାପଡିଛି ।

Get real time updates directly on you device, subscribe now.