fbpx

‘ଖେଳ ପୂର୍ବରୁ ସେକ୍ସ କଲେ ଶକ୍ତି ମିଳେ’, ଏମିତି କହିଲେ ରୁଷୀୟ ସନ୍ତରଣକାରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ସନ୍ତରଣ ଜଗତର ଅନ୍ୟତମ ଚର୍ଚ୍ଚିତ ନାମ ଆଲ୍ଲା ଶିଶ୍କିନା । ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ରେକର୍ଡ ସୃଷ୍ଟି କରିଛନ୍ତି । ତିନିଟି ଅଲିମ୍ପିକ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରୁଷର ଏହି ମହିଳା ସନ୍ତରଣକାରୀ ଆଲ୍ଲା ଶିଶ୍କିନା କହିଛନ୍ତି ତାଙ୍କ ବିଜୟିନୀ ହେବାର ରହସ୍ୟ । ବଖାଣିଛନ୍ତି କେଉଁଠୁ ମିଳେ ଏତେ ଶକ୍ତି? ତାଙ୍କ କହିବା ଅନୁସାରେ ଖେଳକୁ ଯିବା ପୂର୍ବରୁ ସେକ୍ସ କଲେ ଖୁବ୍ ଶକ୍ତି ମିଳେ ।

ନିଜ ଦେଶର ଗଣମାଧ୍ୟମକୁ ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତାମତ ସେ ନେଇଥିଲେ । ସେହି ଅନୁସାରେ କୌଣସି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ରତି କ୍ରୀଡ଼ା କରିବା ଉଚିତ୍ । ଏଥିରେ ତୁରନ୍ତ ଶକ୍ତି ମିଳିଥାଏ । ମନ ପ୍ରଫୁଲ୍ଲ ରହିଥାଏ । ତେବେ ଏହା ଅନୁଭବର କଥା । ବଢ଼ୁଥିବା ଟେଷ୍ଟୋଷ୍ଟେରନ୍ ଖୁବ୍ କାମରେ ଆସିଥାଏ । ତେବେ ସନ୍ତରଣ ପାଇଁ ପୂର୍ବରୁ ସେକ୍ସ କଲେ ଖୁବ୍ ଲାଭ ମିଳୁଛି ବୋଲି ଶିଶ୍କିନା କହିଛନ୍ତି । ଏପରିକି ଯେଉଁ ପ୍ରତିଯୋଗୀଙ୍କ ବଡ଼ ସ୍ତନ ରହିଥାଏ ତାହା ଅଧିକ ସମୟ ପାଣିରେ ଭାସିବାରେ ସାହାଯ୍ୟ କରେ ବୋଲି ସେ କହିଛନ୍ତି । ଏଥିସହ ବଡ଼ ଛାତି ପାଇଁ ଚିନ୍ତାରେ ଅସ୍ତ୍ରୋପଚାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.