fbpx

ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଭାଇରାଲ ବା ବ୍ୟାକ୍ଟେରିଆ ସଂକ୍ରମଣ ବା ଅନ୍ୟାନ୍ୟ କାରଣରୁ ଗଳାରେ ଯନ୍ତ୍ରଣା ହୋଇପାରେ । ବିଶେଷଙ୍କ ମତରେ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟି ହୋଇଥିବା ଗଳା ସଂକ୍ରମଣ ବିପଜ୍ଜନକ ହୋଇଥାଏ । ଏହି କାରଣୁ ଅଧିକ ଜ୍ୱର ବି ଆସିପାରେ । ଭାଇରାଲ ଥ୍ରୋଡ୍ ଇନଫେକ୍ସନ ଶୀତଦିନେ ଲକ ସାଧାରଣ ସମସ୍ୟା । ଏଥିରେ ଔଷଧ ବ୍ୟତୀତ ଆପଣ କିଛି ଘରୋଇ ଉପଚାର ବି ବ୍ୟବହାର କରିପାରିବେ । ଏହା ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ଦେବ ।

ମହୁ
ଗଳା ଯନ୍ତ୍ରଣାରେ ମହୁ ଖାଇବା ଦ୍ୱାରା ଲାଭ ମିଳିଥାଏ । ଆପଣ ଚା’ରେ ମହୁ ମିଶାଇ ପିଇପାରିବେ । ମହୁରେ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କୁ ଭାଇରାଲ ସଂକ୍ରମଣରୁ ରକ୍ଷା କରିଥାଏ । ଏହା ଦ୍ୱାରା ଗଳା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।

ହଳଦୀର ଚା’
ଯଦି ଆପଣଙ୍କ ଗଳା ଖରାପ ହେବାର ସମସ୍ୟା ରହିଛି, ତେବେ ହଳଦୀ ଚା’ ପିଅନ୍ତୁ । ହଳଦୀ ଚା’ ପିଇବା ଦ୍ୱାରା ଗଳା ଯନ୍ତ୍ରଣା, ଫୁଲା ଓ ଥଣ୍ଡା ଉପଶମ ହୋଇଥାଏ

ତୁଳସୀର କାଢ଼ା
ଗଳା ଯନ୍ତ୍ରଣା ଜନିଜ ସମସ୍ୟାରେ ତୁଳସୀ ଚା କିମ୍ବା କାଢ଼ାର ସେବନ ଆପଣଙ୍କ ପାଇଁ ଲାଭଦାୟକ । ଏଥିରେ ଇମ୍ୟୁନିଟି ମଜଭୁତ ହେବ ଓ ଭାଇରାଲ ସଂକ୍ରମଣ ଦୂର ହେବ ।

Get real time updates directly on you device, subscribe now.