fbpx

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର: ପଶ୍ଚିମା-ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ପବନ ସହ ଘଡ଼ଘଡ଼ି ଏବଂ ବର୍ଷା ହୋଇଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡିଠାରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ସୂଚନା ଅନୁସାରେ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ ଲାଇନ୍‍ ଗତି କରୁଛି । ଏହା ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟଦେଇ ଗତି କରୁଥିବାରୁ ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

 

ଏହାସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତାକାଲି କେତେକ ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବାଧିକ ୬୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି ।

 

Get real time updates directly on you device, subscribe now.