fbpx

ଗୁରୁବାର ଦିନ ଭୁଲରେ କରନ୍ତୁ ନାହିଁ ଏହି କାମ, ରାଗିଯିବେ ଭଗବାନ ବିଷ୍ଣୁ

ସପ୍ତାହର ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସ୍ୱଚ୍ଛ ମନ ସହିତ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଇଥାଏ । ଘରେ ଧନର କୌଣସି ଅଭାବ ରୁହେନାହିଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ଦିନ କରାଯାଇଥିବା କିଛି କାମ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାମ କରିବା ଉଚିତ୍ ନୁହେଁ…

ଗୁରୁବାର ଦିନ ନଖ କିମ୍ବା କେଶ କାଟନ୍ତୁ ନାହିଁ । ମହିଳାମାନେ କେଶ ଧୋଇବା ଠିକ୍ ନୁହେଁ । କୁହାଯାଏ କି ଏପରି କରିବା ଦ୍ୱାରା ଧନ, ସମ୍ପତ୍ତି ସହିତ ସମୃଦ୍ଧତା ଓ ସୁଖ କମିଥାଏ । ପିତା, ଗୁରୁ ଓ ସାଧୁସନ୍ଥମାନେ ବୃହସ୍ପତିଙ୍କ ପ୍ରତିନିଧି କରନ୍ତି, ଏହି କାରଣରୁ କେବେ ବି ତାଙ୍କର ଅପମାନ କରନ୍ତୁ ନାହିଁ । ଘରେ ଖେଚେଡି ବନାନ୍ତୁ ନାହିଁ କି ଖାଆନ୍ତୁ ନାହିଁ । ଗୁରୁବାର ଦିନ କପଡ଼ା ଧୋଇବାରୁ ବି ନିବୃତ୍ତ ରୁହନ୍ତୁ । ଯଦି କିଛି ଜରୁରୀ ସମସ୍ୟା ନାହିଁ, ତେବେ ମେଡିକାଲ ଯାଆନ୍ତୁ ନାହିଁ ।

ଗୁରୁବାର ଦିନ କ’ଣ କରିବା ଉଚିତ୍:
ଗୁରୁବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଗାଧୋଇ ଭଗବାନ ବିଷ୍ଣୁଙ୍କ ପାଖରେ ଦୀପ ଜଳାନ୍ତୁ । କେସର କିମ୍ବା ହଳଦୀର ତିଳକ ମଥାରେ ଲଗାନ୍ତୁ । ହଳଦିଆ ବସ୍ତୁର ଦାନ କରନ୍ତୁ । ସମ୍ଭବ ହେଲେ ଗୁରୁବାର ଦିନ ଉପବାସ ବି ରଖନ୍ତୁ । ଭଗବାନ ଶିବଙ୍କ ଉପରେ ହଳଦିଆ ରଙ୍ଗର ଲଡ଼ୁ ଚଢ଼ାନ୍ତୁ । ପବିତ୍ର ମନରେ ବିଷ୍ଣୁ ସହ ସହସ୍ରନାମ ପାଠ କରନ୍ତୁ, ଫଳରେ ସମସ୍ତ ସଙ୍କଟ, ବାଧାବିଘ୍ନ, ଅଶୁଭ ଯୋଗ ବି ଶୁଭରେ ବଦଳିଯିବ ।

Get real time updates directly on you device, subscribe now.