fbpx

ବାଘ ମୃତ୍ୟୁ ମାମଲା: ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, ୩୧ା୧ (ଓଡିଶା ଭାସ୍କର): ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଘଟିଥିବା ବାଘମୃତ୍ୟୁ ମାମଲାରେ ବନ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇଛି । ବାରହା ଫାଶରେ ପଡ଼ିବା ପରେ ବାଘଟିର ମୃତ୍ୟୁ ହୋଇଥିଲା । ତେବେ ଗିରଫ ଅଭିଯୁକ୍ତଙ୍କଠାରୁ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ବନ ବିଭାଗ ପକ୍ଷରୁ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ମାଣିତରା ସେକସନ୍ ବଡ଼ପଥର ପାହାଡ଼ରେ କଲରାପତରିଆ ବାଘକୁ ଏକ ବାରହା ଫାଶରୁ ଉଦ୍ଧାର କରାଯାଇଥିଲା । ଛେଳି ଚରାଇବାକୁ ଯିବା ସମୟରେ ଜଣେ ଗ୍ରାମବାସୀ ବାଘର ଗର୍ଜନ ଶୁଣିଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ଘଣ୍ଟାର ପରିଶ୍ରମ ପରେ ବାଘକୁ ଉଦ୍ଧାର କରି ବୁଗୁଡ଼ା ରେଞ୍ଜ ଅଫିସକୁ ନେଇଥିଲେ । ବାଘର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛାଡ଼ିବାକୁ ନେବା ସମୟରେ ତା’ର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.