fbpx

ଟାଇଟ୍ ଜିନ୍ସର ଏହି ଫ୍ୟାଶନ୍ ପାଲଟିଯିବ ଭୟଙ୍କର ରୋଗ, ଜାଣନ୍ତୁ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ

ଆପଣ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକଥା ଜାଣି ରଖିବାକୁ ହେବ ଯେ, ଏହା ଆପଣଙ୍କର ଶରୀରର ପାଇଁ କ୍ଷତିକାରକ ଅଟେ । ଅନେକ ସମୟରେ ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଫ୍ୟାଶନକୁ ଫଲୋ କରିଥାନ୍ତି । ଅଧିକାଂଶ ଯୁବତୀ ଫଟା କିମ୍ବା ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଯାହାକୁ ପିନ୍ଧିବା ଦ୍ୱାରା ସେମାନଙ୍କର ସମସ୍ୟା ବଢ଼ିଯାଇଥାଏ । ଏହି ଟାଇଟ୍ ଜିନ୍ସ ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କାରଣ ଏହା ଅନେକ ରୋଗର ଆରମ୍ଭ ବୋଲି ଅନେକ ରିପୋର୍ଟରେ କୁହାଯାଇଛି ।

– ଅନେକ ଲୋକ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ବିଭିନ୍ନ ପ୍ରକାର ଯନ୍ତ୍ରଣାର ଶିକାର ହେଉଥିବା ଡାକ୍ତରମାନେ କହିଛନ୍ତି । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଏହା ନର୍ଭ ଓ ମାଂସପେଶୀ ସମସ୍ୟାକୁ ଡାକି ଆଣିଥାଏ ।
– ଏହାପରେ ଯଦି ଆପଣ ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ ତାହା ଜାଣି ରଖିବା ଉଚିତ୍ । ପତଳା ଜିନ୍ସ ପିନ୍ଧିବା ଦ୍ୱାରା ଶରୀରରେ ବ୍ଲକ୍ ସର୍କୁଲେସନ ଉପରେ ପ୍ରଭାବ ପଡ଼ିଥାଏ ।
– ଏହା ଆପଣଙ୍କର ରକ୍ତ ଜବାଟ ବାନ୍ଧିବା ପରି ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ୱାରା ଜଙ୍ଘ ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେବା ସହ ପାଦରେ ସମସ୍ୟା ଦେଖାଦେଇଥାଏ । ବ୍ଲକ ସର୍କୁଲେସନ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ ।
– ଟାଇଟ୍ ଜିନ୍ସ ଅଧିକ ବ୍ୟବହାର କରିବା ଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହେବା ସହ ରକ୍ତ ପ୍ରବାହକୁ ଧୀମା କରାଇ ଦେଇଥାଏ । କେବଳ ପେଟ ନୁହେଁ, ହିପ୍ ଜଏଣ୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାଛଡ଼ା ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
– ଏହାର ପ୍ରଭାବରେ କିଛି ଲୋକଙ୍କ ଠାରେ ସ୍କିନ, ସୂଜନ ଆଦି ଲକ୍ଷଣ ଦେଖାଦେବା ସହ ପୁରୁଷଙ୍କ ଯୌନାଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.