fbpx

ଲୁଚିଛପି ପୁଣି ମୋବାଇଲରେ ଚାଲିଛି ଟିକ୍ ଟକ୍ ଡାଉନଲୋଡ୍

୩୦ ଜୁନରେ ଯେଉଁ ଚାଇନିଜ ଆପ୍ ଟିକ୍ ଟକକୁ ଭାରତ ସରକାର ବ୍ୟାନ କରିଥିଲେ, ତାହା ପୁଣି ଥରେ ଲୁଚିଛପି ମୋବାଇଲକୁ ଆସିବାରେ ଲାଗିଛି । ଏଥର ଆପ୍ ଷ୍ଟୋର ବା ଗୁଗୁଲ ପ୍ଲେ ଷ୍ଟୋର ବଦଳରେ ଏକ ସ୍ୱତନ୍ତ୍ର ଲିଙ୍କ ମାଧ୍ୟମରେ ସିଧାସଳଖ ଡାଉନଲୋଡ୍ କରାଯାଉଛି । ସେହି ଲିଙ୍କ ମୋବାଇଲ ଫୋନରେ ପଠାଯାଉଛି ।

ଅନେକ ଲୋକ ସୁରଟ ଅହମ୍ମଦାବାଦରେ ଏହି ଆପ୍ ଡାଉନଲୋଡ କରିଛନ୍ତି । ଜଣେ ୟୁଜର୍ସଙ୍କ ଫୋନରେ ଆପ୍ ଡାଉନଲୋଡ ଓ ଆକ୍ଟିଭେଟ ହୋଇଥିବା ଦେଖିବା ପରେ ଏନେଇ ଯାଞ୍ଚ ଆରମ୍ଭ ହୋଇଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଇବର ଏକ୍ସପର୍ଟ ଓ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଖୁବଶୀଘ୍ର ମାମଲାର ଯାଞ୍ଚ ହୋଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.