fbpx

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କଲା Time Magazine: ଭାରତରୁ ସ୍ଥାନ ପାଇଲେ ଅଦାନୀ

ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଉଦ୍ୟୋଗଗତି ଗୌତମ ଅଦାନୀ ଏଥିରେ ସ୍ଥାନ ପାଇଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି ।

ଟାଇମ ମାଗାଜିନ ପକ୍ଷରୁ ଜାରି ଲିଷ୍ଟରେ ୨୦୨୨ ବର୍ଷର ୧୦୦ ଜଣ ପ୍ରଭାବଶାଳୀ ତାଲିକାରେ ବିଭିନ୍ନ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ସ୍ଥାନ ପାଇଛନ୍ତି । ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ, ଟେନିସ ଷ୍ଟାର ରାଫେଲ ନାଡାଲ, ଆପଲ ସିଇଓ ଟିମ କୁକ, ଟିଭିଶୋ ହୋଷ୍ଟ ଓପେରା ୱିଫ୍ରେଙ୍କ ନାମ ରହିଛି । ଏହି ଲିଷ୍ଟକୁ ୬ଟି କ୍ୟାଟୋଗୋରୀରେ ବଣ୍ଟନ କରାଯାଇଥିଲା ।

ଏହି ତାଲିକାରେ ଚୀନ ରାଷ୍ଟ୍ରପତି ୧୩ ଥର ପାଇଁ ସ୍ଥାନ ପାଇଛନ୍ତି । ସେହିପରି ପୁଟିନ ୧୦ ଥର, ବାଇଡେନ ପାଞ୍ଚ ଥର ସ୍ଥାନ ପାଇଛନ୍ତି । ଅଦାନୀ ଗ୍ରୁପ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତିର ଏକ ଜାତୀୟ ସ୍ତରର କମ୍ପାନୀ । ଅଦାନୀ ଲୋକଙ୍କ ନଜରରୁ ଦୂରରେ ରହି ନିରବରେ ନିଜର ସାମ୍ରାଜ୍ୟକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି ।

Get real time updates directly on you device, subscribe now.