fbpx

ସମୟ ପଛକୁ ଗତି କରେ ଏହା କ’ଣ ସତ: ସମୟ ୮୮ ବର୍ଷ ପଛକୁ ଫେରିଛି, ଆଗକୁ ବିଶ୍ୱରେ ଆସିବ ଭୟଙ୍କର ପ୍ରଳୟ

ନୂଆଦିଲ୍ଲୀ: ଆଧ୍ମାତ୍ମିକଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ ଟାଇମ୍ ଟ୍ରାଭେଲ କରିବାକୁ ନେଇ ଚର୍ଚ୍ଚା ହୋଇଥାଏ । ଆଧ୍ୟାତ୍ମିକ ଭାବେ ଟାଇମ୍ ଟ୍ରାଭେଲ ସମ୍ଭବ ବୋଲି କୁହାଯାଇଥାଏ । ତେବେ ଭବିଷ୍ୟତରେ ମାନବ ସଭ୍ୟତା ଟାଇମ୍ ଟ୍ରାଭେଲ କରି ପାରିବ ବୋଲି ବିଜ୍ଞାନ ଦୃଢ଼ତାର ସହ କହୁଛି । ନିକଟରେ ଟାଇମ୍ ଟ୍ରାଭେଲକୁ ନେଇ ବୈଜ୍ଞାନିକଙ୍କ ପାଖରେ କିଛି ଫର୍ମୂଲା ନାହିଁ । ଟ୍ରାଇମ୍ ଟ୍ରାଭେଲ କରୁଥିବା ନେଇ ପ୍ରମାଣ କରିବାକୁ ଆଧ୍ୟାତ୍ମ କ୍ଷେତ୍ରରେ ଏପରି କୌଣସି ଶକ୍ତି ନାହିଁ ।

ତେବେ ସେ ଯାହା ବି ହେଉ ଟାଇମ୍ ଟ୍ରାଭେଲ ବର୍ତ୍ତମାନ ସୁଦ୍ଧା ଏକ ମିଥ୍ୟା ପ୍ରସଙ୍ଗରେ ପରିଣତ ହୋଇଛି । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଟାଇମ୍ ଟ୍ରାଭେଲକୁ ନେଇ କିଛି ତଥ୍ୟ ଭାଇରାଲ ହେଉଛି । ଜଣେ ଯୁବକ ଟାଇମ୍ ଟ୍ରାଭେଲ କରି ୮୮ ବର୍ଷ ପଛକୁ ଫେରିଥିବା କହିଛନ୍ତି । ଏହି କାରଣରୁ ଅଗଷ୍ଟ ୧୪ରେ ଆମେରିକାରେ ଭୟଙ୍କର ତୋଫାନ ଆସିବ ବୋଲି ସେ କହିଛନ୍ତି ।

କୁହାଯାଉଛି, ଟାଇମ୍ ଟାଭେଲ କରି ୨୦୯୦ରୁ ୨୦୨୨କୁ ଫେରି ଆସିଛି । ଏହାର ପ୍ରଭାବରେ ଚଳିତ ସପ୍ତାହରେ ସାରା ଦୁନିଆରେ ଭୟଙ୍କର ପ୍ରଳୟ ଆସିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଉକ୍ତ ଯୁବକଙ୍କ ମୁତାବକ, ସାଉଥ କ୍ୟାରୋଲିନା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବ । ଅଗଷ୍ଟ ୧୪ରେ କ୍ୟାରୋଲିନାରେ ୬ଟି ତୁଫାନ ଆସିବ । ଉକ୍ତ ତୋଫାନର ଗତି ଘଣ୍ଟା ପ୍ରତି ୨୫୦ ମିଲି ହେବା ସହ ତାହା ପ୍ରବଳ ତାଣ୍ଡବ ରଚିବ ।

Get real time updates directly on you device, subscribe now.