fbpx

ହଟ୍ ଫଟୋ ପାଇଁ ଟ୍ରୋଲ୍ ହେଉଛନ୍ତି, କିନ୍ତୁ ନଡରି ଦେଉଛନ୍ତି ଜବାବ; ଜାଣନ୍ତୁ ସେ କିଏ…

ମୁମ୍ବାଇ(ଓଡ଼ିଶା ଭାସ୍କର ବ୍ୟୁରୋ): ଟିଭି ଶୋ’ ‘ଉତରରନ୍’ରେ ସେ ଇଚ୍ଛା ଭୂମିକାରେ ନଜର ଆସି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତେବେ ସେ ଏବେ ସୋସିଆଲ ମିଡିଆରେ ନିଜର ବୋଲ୍ଡନେସ୍ ପାଇଁ ଟ୍ରୋଲ ହେଉଛନ୍ତି । ଟେଲିଭିଜନ୍ ପରଦାରେ ସାଧାସିଧା ସରଳ ଦେଖାଯାଉଥିଲେ ମଧ୍ୟ ତାଙ୍କର ରିଅଲ ଲାଇଫ ଖୁବ୍ ବୋଲ୍ଡ । ସେ ରିଲ ଓ ରିଅଲ ଲାଇଫରେ ଖୁବ୍ ଅଲଗା ଦେଖାଯାଆନ୍ତି । ତେଣୁ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରୁଛନ୍ତି । ତେବେ ଏଥିରେ ଡରି ଯାଇନାହାନ୍ତି ସେ । କହିଛନ୍ତି ସହିବାର ଗୋଟେ ସୀମା ଅଛି । ଚୁପ୍ ରହିବା ଲୋକଙ୍କ ମଧ୍ୟରେ ମୁଁ ନାହିଁ । ଏଭଳି ଏକ ପ୍ରକାର ଚେତାବନୀ ଦେଇ ସମ୍ପ୍ରତି ସେ ଚର୍ଚ୍ଚାରେ । ଆଉ ସିଏ ହେଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ ।

Tina Dutt Hot Photo #OdishaBhaskar

ନିକଟରେ ଟିନା ନିଜର ଏକ ବୋଲ୍ଡ ଫଟୋ ଶୁଟ୍ କରିଥିଲେ । ତାହା ଟପଲେସ୍ ଫଟୋ ଥିଲା । ଯାହାକୁ ନେଇ ବହୁତ ଟ୍ରୋଲ କରାଯାଇଥିଲା ।

Tina Dutta

କେବଳ ଏତିକି ନୁହେଁ, କେତେକ ୟୁଜର୍ସ ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ । ତେବେ ଏହାକୁ ନେଇ ଟିନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ଟ୍ରୋଲରମାନଙ୍କୁ ସେ ଚେତାବନୀ ଦେଇଛନ୍ତି ଯେ ଚୁପ୍ ରହିଥିବା ଲୋକଙ୍କ ମଧ୍ୟରୁ ସେ ଜଣେ ବୋଲି ଭାବନ୍ତୁ ନାହିଁ ।

Tina Dutta

ଏଥିସହ ଟ୍ରୋଲରଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମୁଁ ଉତ୍ତର ଦେବାକୁ ପସନ୍ଦ କରେ ବୋଲି ସେ କହିଛନ୍ତି ।

Tina-Dutta-Fit

ଟ୍ରୋଲିଂ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରଭାବିତ କରେ କି ବୋଲି ପ୍ରଶ୍ନରେ ସେ ହଁ କହିିବା ସହ କେହି ସୀମା ଅତିକ୍ରମ କଲେ ମୁଁ ପଛକୁ ଫେରିବାର ନାହିଁ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଲୋକଙ୍କୁ ନିରବ କରିବା ପାଇଁ ନିରବତା ହିଁ ସବୁଠାରୁ ଭଲ ଉପାୟ ବୋଲି ଟିନା କହିଛନ୍ତି ।

Get real time updates directly on you device, subscribe now.