fbpx

ଜିଲ୍ଲା ମାନ୍ୟତା ଦାବି: ଆଜି ଟିଟିଲାଗଡ଼ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସମସ୍ତ ପ୍ରକାରର ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ଜିଲ୍ଲାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ, ବଜାର, ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ସ୍ପଷ୍ଟ କରାଯାଇଛି ।

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଗତ ୩୦ ବର୍ଷ ଧରି ଦାବି ହୋଇ ଆସୁଛି । ଆଜିର ବନ୍ଦ ଆନ୍ଦୋଳନରେ ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବଣିକ ସଂଘ ସାମିଲ ହେବେ । ସମସ୍ତ ଜରୁରୀକାଳୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଆବଶ୍ୟକ ପଡ଼ିଲେ ରୋଳ ରୋକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଆସନ୍ତା ମାସ ୫ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଦାବି କରାଯାଇଥିଲା । ଏହାପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଅନୁରୂପ ଭାବେ ରାଜ୍ୟର ଅନ୍ୟ କିଛି ଅଞ୍ଚଳର ବାସିନ୍ଦା ମଧ୍ୟ ନୂଆ ଜିଲ୍ଲା ପାଇଁ ଦାବି କରିଥିଲେ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ରାୟଗଡ଼ ଜିଲ୍ଲା ଗୁଣୁପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ନେଇ ପୂର୍ବରୁ ଦାବି ହୋଇ ଆସୁଛି ।

Get real time updates directly on you device, subscribe now.