ବଙ୍ଗଳାରେ ନିର୍ବାଚନୀ ହିଂସା: IPS ଅଜୟ ପାଲଙ୍କ ଶରଣ ପଶିଲେ ଆତଙ୍କିତ ଭୋଟର

ଫାଲ୍‌ଟା ବିଧାନସଭା କ୍ଷେତ୍ରରେ ଟିଏମସି (TMC) ବିରୋଧରେ ଧମକ ଦେବା ନେଇ ଅଭିଯୋଗ ହୋଇଛି। ଏଠାକାର ଭୋଟରମାନଙ୍କ କହିବା କଥା ଯେ, ଟିଏମସି କର୍ମୀମାନେ ସେମାନଙ୍କୁ ଭୟଭୀତ କରୁଛନ୍ତି।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଦ୍ୱିତୀୟ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଅଧିକାଂଶ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ଫାଲ୍‌ଟା ବିଧାନସଭାରେ କ୍ଷେତ୍ରରେ ଟିଏମସି ଉପରେ ଧମକ ଦେବାର ଅଭିଯୋଗ ହୋଇଛି । ଟିଏମସି କାର୍ଯ୍ୟକର୍ତ୍ତା ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ଏଠିକାର ଭୋଟର । ମା-ପୁଅ ଏହି ଅଭିଯୋଗ ନେଇ ଅବଜରଭର ଆଇପିଏସ ଅଜୟ ପାଲ ଶର୍ମାଙ୍କ ପାଖରେ ଆସି ପହଞ୍ଚିଛନ୍ତି ।

ମା-ପୁଅ ଅଭିଯୋଗ କରିଛନ୍ତି ଯେ, ଟିଏମସି କାର୍ଯ୍ୟକର୍ତ୍ତା ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି । ଘରେ ନ ପଶିବା ପାଇଁ ଧମକ ଦେଉଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, “ଭୋଟ ଦେଲା ପରେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଛି । ଫାଲ୍ଟା ବିଧାନସଭା କ୍ଷେତ୍ରର ୨୦୪ ନମ୍ବର ବୁଥର ଘଟଣା । ଭୋଟ ଦେବା ପରେ ଦିଲୀପ ଏବଂ ତାଙ୍କ ମା’ଙ୍କୁ ଘରେ ପସେଇ ନଦେବା ପାଇଁ ନଚେତ ହତ୍ୟା ଲାଗି ଧମକ ମିଳିଛି । ”

ଏହି ଅଭିଯୋଗ ନେଇ ସେମାନେ ନିର୍ବାଚନୀ ଅବଜରଭର ଅଜୟ ପାଲ ଶର୍ମାଙ୍କ ପାଖରେ ପହଞ୍ଚିଥିଲେ ଏବଂ ଅଜୟ ତାଙ୍କୁ ସୁରକ୍ଷା ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି । ଦ୍ୱିତୀୟ ଅର୍ଥାତ ଶେଷ ପର୍ଯ୍ୟୟ ନିର୍ବାଚନରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ହିଂସା ଏବଂ ଉତ୍ତେଜନାକୁ ରୋକିବା ପାଇଁ ଏନଆଇଏକୁ ମୁତୟନ କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ହିଂସାର ଖବର ସାମନାକୁ ଆସୁଛି । ଦକ୍ଷିଣ ୨୪ ପରଗାନାରେ ବିଜେପୀ ଆଶାୟୀ ବିକାଶ ସରଦ୍ଦାରଙ୍କ ଉପରେ ଆକ୍ରମଣ କରାଯାଇଛି । ତାଙ୍କ ଗାଡିକୁ ଭାଙ୍ଗି ଦିଆଯାଇଛି ।

ବିକାଶ ସରଦ୍ଦାର ଅଭିଯୋଗ କରିଛନ୍ତି ସେ “ଟିଏମସି କର୍ମକର୍ତ୍ତା ମୋ ଉପରେ ଆକ୍ରମଣ କରିବା ସହ ଜୟ ବାଙ୍ଗଲାର ନାରା ଦେଇ ମୋତେ ଗାଳି ଗୁଲଜ କରିଛନ୍ତି । ଏଠାରେ କୌଣସି ସୁରକ୍ଷା ନାହିଁ । ଯଦି ମୁଁ ଜଣେ ପ୍ରାର୍ଥୀ ହିସାବରେ ମୋତେ ସୁରକ୍ଷା ମିଳିପାରୁ ନାହିଁ ତେବେ ଲୋକଙ୍କୁ କ’ଣ ସୁରକ୍ଷା ମିଳିବ । ”

ଫାଲ୍‌ଟାର ବେଲସିଙ୍ଘା ଅନ୍ତର୍ଗତ ୧୮୬ ନମ୍ବର ବୁଥ୍‌ରେ ସୁରକ୍ଷାବଳଙ୍କ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ସୂଚନା ଅନୁଯାୟୀ, ପୋଲିଂ ବୁଥ୍‌ର ୧୦୦ ମିଟର ପରିଧି ମଧ୍ୟରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଏବଂ ଭିଡ଼ ହଟାଇବା ପାଇଁ କେନ୍ଦ୍ରୀୟ ବାହିନୀର ଯବାନମାନେ ଲାଠିଚାର୍ଜ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳ ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ଗଡ଼ ଭାବେ ଜଣାଶୁଣା।

ଅନ୍ୟପଟେ, ହାୱଡ଼ାର ବାଲି ବିଧାନସଭା କ୍ଷେତ୍ରରେ ମତଦାନ ସମୟରେ ଅଶାନ୍ତି ଦେଖାଦେଇଛି। ଡନ ବୋସ୍କୋ ଲିଲୁଆ ସହନଲାଲ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଇଭିଏମ (EVM) ମେସିନ୍ ଖରାପ ହେବା ଯୋଗୁଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭୋଟରମାନେ ହଙ୍ଗାମା କରିବାରୁ ପରିସ୍ଥିତି ବିଗିଡ଼ି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ମତଦାନ ପ୍ରକ୍ରିୟା ବେଶ୍ ଉତ୍ସାହର ସହ ଜାରି ରହିଛି। ଆଜି ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୬୧.୧୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୪୨ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୩ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୫୨ଟି ଆସନରେ ୯୨ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିଥିଲା। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୪୪୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାକ୍ସରେ ବନ୍ଦ ହେବାକୁ ଯାଉଛି।