fbpx

ଶୁଣିଲେ ନାହିଁ ସିବିଆଇର ସମନ, ଘରୁ ଟାଣିଆଣିଲା ସିବିଆଇ…

ପଶ୍ଚିମବଙ୍ଗ: ପୁଣି ବିବାଦରେ ମମତାଙ୍କ ଘନିଷ୍ଠବନ୍ଧୁ ତଥା ଟିଏମସି ବୀରଭୂମି ଜିଲ୍ଳାର ସଭାପତି ଅନୁବ୍ରତ ମଣ୍ଡଳ । ସମନ ଉପରେ ସମନ ମୋଟ ୧୦ ଟି ସିବିଆଇ ସମନ ଏଡାଇବା ପରେ ଆଜି ତାଙ୍କୁ ସିବିିଆଇ ତରଫରୁ ଗିରଫ କରାଯାଇଛି । ଅନୁବ୍ରତଙ୍କୁ ତାଙ୍କ ବାସଭବନରୁ ଯାଇ ଉଠାଇ ଆଣିଲା ସିବିଆଇ । ବାରମ୍ବାର ସମନ ହେବାକୁ କୁହାଯାଉଥିଲେ ମଧ୍ୟ ଅନୁବ୍ରତ ସିବିଆଇ କଥାକୁ ଖାତିର କରିନଥିଲେ । ଯାହର ଫଳ ସ୍ୱରୁପ ସିବିଆଇକୁ ଅଦାଲତର ସାହାରା ନେବାକୁ ପଡିଥିଲା । ଶେଷ ସମନ ପାଇଁ ମଧ୍ୟ ଅନୁବ୍ରତ ମନା କରି ଦେଇଥିଲେ । ସେ ଇମେଲ କରିଥିଲେ ଯେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ । ସେ ମେଡିକାଲ ଚେକପ ପାଇଁ ଯିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କର ଏହି ଇମେଲର କୌଣସି ମୂଲ୍ୟ ରହିଲା ନାହିଁ ।ସିବିଆଇ ତାଙ୍କୁ ଆଜି ତାଙ୍କ ବାସଭବନରୁ ଉଠାଇ ଆଣିଛନ୍ତି ।

ସୂଚନା ମୁତାବକ ତଦନ୍ତ ପୂର୍ବରୁ ଅନୁବ୍ରତଙ୍କୁ ସିବିଆଇ ଦୁଇଥର ଜେରା କରିଥିଲା । ୨୦୨୦ରେ ଗୋରୁ ଚୋରାଚାଲଣ ମାମଲାରେ ତାଙ୍କ ନାମରେ ଏକ ମାମଲା ରୁଜୁୂ କରାଯାଇଥିଲା । ଗୋରୁଚାଲଣ ଦୁର୍ନୀତି ରେ ତାଙ୍କ ନାମ ସମ୍ପୃକ୍ତ ଥିବାର ଜଣାପଡିଥିଲା । ସିବିଆଇର ପ୍ରାଥମିକ ସୂଚନା ଅନୁସାରେ ୨୦୧୫ ରୁ ୨୦୧୭ ମଧ୍ୟରେ ସୀମାପାରିକୁ ଚୋରା ଚାଳନ ହେଉଥିବା ବେଳେ ସୀମା ସୁରକ୍ଷା ବଳ ୨୦ ହଜାରରୁ ଅଧିକ ଗୋରୁ ଜବତ କରିଥିଲେ । ଏହି ଘଟଣାରେ ମଣ୍ଡଳଙ୍କର ଅଙ୍ଗରକ୍ଷୀ ସାଇଗଲ ହୋସେନଙ୍କୁ ସିବିଆଇ ଗିରଫ କରିଛି ।
ବାସ୍ତବରେ ମଧ୍ୟ ଟିଏମସିର ଏହି ନେତା ହାଇପୋକ୍ସିଆରେ ଆକ୍ରାନ୍ତ ଅଛନ୍ତି । ସେ ସବୁ ବେଳେ ତାଙ୍କ ସହିତ ଅକ୍ସିଜେନ ମଧ୍ୟ ରଖିଥାଆନ୍ତି ।

 

Get real time updates directly on you device, subscribe now.