fbpx

ଜନ୍ମଦିନରେ ଦୟାଙ୍କ ରିଟର୍ଣ୍ଣକୁ ନେଇ ଏମିତି କହିଲେ ଜେଠାଲାଲ୍

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷମା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । କୁହାଯାଉଛି ଖୁବ୍ ଶୀଘ୍ର ଶୋ’ରେ କମବ୍ୟାକ୍ କରିବେ ସମସ୍ତଙ୍କର ପ୍ରିୟ ଚରିତ୍ର ଦୟା ଭାବି । ଆଉ ଏବେ ଏହି କଥାକୁ ନେଇ ମୁହଁ ଖୋଲିଛନ୍ତି ଜେଠାଲାଲ୍ ।

ଆଜି ଦିଲ୍ଲୀପ ଯୋଶୀଙ୍କ ଜନ୍ମଦିନ, ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୟାଙ୍କ ରିଟର୍ଣ୍ଣ ବିଷୟରେ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି ଯାହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଜେଠାଲାଲ୍ । ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିଥିଲେ ଯେ କ’ଣ ସେ ଦୟାଙ୍କୁ ମିସ୍ କରୁଛନ୍ତି । ଯାହାକୁ ନେଇ ସେ କହିଥିଲେ ଯେ ସେମାନେ ପ୍ରାୟ ୫ ବର୍ଷ ହେବ ଦିଶା(ଦୟା ଭାବି)ଙ୍କ ସହ ସୁଟ୍ କରିନାହାଁନ୍ତି । ସେ ଆହୁରି କହିଛନ୍ତି କେବଳ ପ୍ରଡକ୍ସନ ହାଉସ ହିଁ ତାଙ୍କ ରିଟର୍ଣ୍ଣକୁ ନେଇ ସ୍ପଷ୍ଟ କରିପାରିବେ ଏବଂ ଏହା କହିପାରିବେ ଯେ କେହି ନୂଆ ଦୟାଭାବିଙ୍କୁ ଆଣୁଛନ୍ତି କି ନାହିଁ ।

ସେ ଆହୁରି କହିଛନ୍ତି ଯେ ଦର୍ଶକ ଏବେବି ଆମକୁ ପୂର୍ବଭଳି ଭଲପାଇବା ଦେଉଛନ୍ତି । ସେ କହିଛନ୍ତି ପ୍ରାୟ ୧୦ ବର୍ଷ ହେବ ଶୋ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି, ଯଦି ଏହା ଦର୍ଶକଙ୍କୁ ମନୋରଞ୍ଜନ ନକରିଥାନ୍ତା ତେବେ ମେକର୍ସ ଏହାକୁ ଜାରି ରଖିନଥାନ୍ତେ । କିନ୍ତୁ ଜଣେ ଅଭିନେତା ହିସାରେ ମୁଁ ସୁଟିଂକୁ ଉପଭୋଗ କରୁଛି । ଏବଂ ଜଣେ ଦର୍ଶକ ହିସାବରେ ମୁଁ ଭାବୁଛି ‘ତାରକ୍ ମେହତା..’ ଦର୍ଶକଙ୍କୁ ମନୋରଞ୍ଜନ କରିବା ଜାରି ରଖିଥିବ ।

ନିକଟରେ ଶୋ’ର ପ୍ରଡ୍ୟୁସର ଅସିତ୍ ମୋଦୀ କହିଥେିଲେ ଯେ ଖୁବ୍ ଶୀଘ୍ର ଶୋ’ରେ ଦୟାବେନ ଫେରିବାକୁ ଯାଉଛନ୍ତି । ଏବଂ ଦର୍ଶକ ପୁଣି ଥରେ ଦୟା-ଜେଠାଙ୍କ କମେଡି ଦେଖିବାକୁ ପାଇବେ ।

 

Get real time updates directly on you device, subscribe now.