fbpx

ପୁଣି ବଢ଼ିଲା ଲୁହା ଛଡ଼ ଦାମ୍, ମାସ ତଳେ ଥିଲା ଏତିକି ଶସ୍ତା…

ନୂଆଦିଲ୍ଲୀ: ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ଶସ୍ତା ହେବା ପରେ ପୁଣି ଥରେ ଦେଶର ବିଭିନ୍ନ ସହରରେ ଲୁହା ଛଡ଼ ଦାମ୍ ବଢ଼ିବାରେ ଲାଗିଛି । ଅବଶ୍ୟ ଏହା ପୂର୍ବ ଭଳି କିଛି ସହରରେ ଏକ ମାସ ତଳର ତୁଳନାରେ ୩୦୦୦ ରୁ ୩୨୦୦ ଟଙ୍କା ଶସ୍ତା ମିଳୁଛି ପ୍ରତି ଟନ୍ । ସେହିଭଳି ବର୍ତ୍ତମାନ ସମୟରେ ମୁମ୍ବାଇ ଭଳି ସହରରେ ଲୁହାଛଡ଼ର ରେଟ୍ ପ୍ରତି ଟନ୍ ୯୦୦ ଟଙ୍କା ବଢ଼ିଛି । ବ୍ୟବସାୟୀଙ୍କ କହିବା ଅନୂଯାୟୀ ମୌସୁମୀ କାରଣରୁ ଦାମ୍ କମ୍ ରହିଥିଲା ଏବେ ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିିଛି, ତେଣୁ ଏହାର ରେଟ୍ ବଢ଼ିଛି ।

ଘର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦାମ୍ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ୍ ମାସରେ ସର୍ବାଧିକ ରହିଥିଲା । କିନ୍ତୁ ଏହାପରେ ଲୁହା ଛଡ଼, ସିମେଣ୍ଟ ଭଳି ସାମଗ୍ରୀର ଦାମ୍ କମିଥିଲା । ବିଶେଷକରି ଜୁନ୍ ମାସର ପ୍ରଥମ ସପ୍ତାହରେ ଲଗାତାର କମ୍ ହୋଇଥିଲା । ଲୁହାଛଡ଼ ତ’ ପ୍ରାୟ ଅଧା ରେଟ୍ ପର୍ଯ୍ୟନ୍ତ କମିଯାଇଥିଲା । ଅବଶ୍ୟ ଏହା ପରେ ଜୁନ୍ ମାସରେ ଦାମ୍ ପୁଣି ଥରେ ବଢ଼ିବାକୁ ଲାଗିଥିଲା । ଗତ ଦେଢ଼ ମାସରେ ଏହାର ଦାମ ପ୍ରାୟ ୧୦୦ ଟଙ୍କା ବଢ଼ିଥିଲା । ଏବେ ଦେଶର ଅନେକ ସ୍ଥାନରେ ବର୍ଷା ହେଉଛି । ଫଳରେ ନିର୍ମାଣକାମ କମ୍ ରହିଛି । ବର୍ଷା ଶେଷ ହେବା ପରେ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ, ଫଳରେ ଛଡ଼ ସହ ଅନ୍ୟ ସାମଗ୍ରୀ ଦରରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ବର୍ତ୍ତମାନ ସରିଆ ଭିନ୍ନ ଭିନ୍ନ ସହରରେ ୫୧ ହଜାରରୁ ୫୯ ହଜାର ଟଙ୍କା ଟନ୍ ପିଛା ଦରରେ ମିଳୁଛି । ଭାରତର ପ୍ରମୁଖ ସହରରେ ଛଡ଼ ରେଟ୍ ଭିନ୍ନ ଭିନ୍ନ ଭାବରେ ବଦଳିଛି । ଦେଶର ପ୍ରମୁଖ ସହର କହିଲେ ଏବେ ସବୁଠୁ ଶସ୍ତା ଛଡ଼ ପଶ୍ଚିମବଙ୍ଗ ଦୁର୍ଗାପୁର ଏବଂ କୋଲକାତାରେ ମିଳୁଛି, ଯେଉଁଠାରେ ଏହାର ତାଜା ରେଟ୍ ୫୧ ହଜାର ଟଙ୍କା ପ୍ରତି ଟନ୍ ରହିଛି । ସେହିଭଳି ଉତ୍ତରପ୍ରଦେଶର କାନପୁରରେ ଏହାର ରେଟ୍ ସବୁଠୁ ଅଧିକ ରହିଛି ଯେଉଁଠାରେ ଲୁହା ଛଡ଼ ରେଟ୍ ୫୯ ହଜାର ଟଙ୍କା ରହିଛି । ସେହିପରି ଓଡ଼ିଶାରେ ଏହା ଟନ୍  ପିଛା ୩୦୦ ଟଙ୍କା ଲେଖାଏଁ ବଢ଼ିଛି । ବର୍ତ୍ତମାନ ଟନ୍ ପିଛା ଏହା ୫୩ ହଜାରରୁ ଅଧିକ ରହିଛି ।

Get real time updates directly on you device, subscribe now.