ଗ୍ରାହକଙ୍କ ପାଇଁ ଖୁସି ଖବର, ଧନୁ ସଂକ୍ରାନ୍ତିରେ ସୁନା ଦର ବଡ଼ ହ୍ରାସ, ଏବେ ଯେତେ ଇଚ୍ଛା ଅଳଙ୍କାର କିଣନ୍ତୁ…

ଗ୍ରାହକଙ୍କ ପାଇଁ ଖୁସି ଖବର, ଧନୁ ସଂକ୍ରାନ୍ତିରେ ସୁନା ଦର ବଡ଼ ହ୍ରାସ

Gold Price: ସୁନାଦରକୁ ନେଇ ଆସିଲା ଖୁସି ଖବର। ଧନୁ ସଂକ୍ରାନ୍ତିରେ ଖସିଲା ସୁନା ରେଟ୍। ବିବାହ ସିଜିନ୍ ରେ ସୁନା ଦର ହ୍ରାସ ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି। ତେବେ, ଆସନ୍ତୁ ଜାଣିବା ଭରି ପିଛା କେତେ ଖସିଲା ସୁନା ରେଟ୍ ଓ କେତେ ରହିଛି ରୂପା ରେଟ୍? ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୨ ହଜାର ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୩୩ ହଜାର ୮୬୦ ଟଙ୍କା ରହିଛି । ଗତକାଲି ଅର୍ଥାତ ସୋମବାର ଅପେକ୍ଷା ମଙ୍ଗଳବାର ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍  ୧,୨୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୦୧୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର କମିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ରେଟ୍ ୧,୨୩,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୦,୭୩୦ ଟଙ୍କା ରହିଛି। ଏଠାରେ ଦର ୨୨ ଓ ୨୪ କ୍ୟାରେଟ୍ ପିଛା ୧୬୫୦ ଓ ୧୮୦୦ ଟଙ୍କା ହ୍ରାସ ହୋଇଛି।

ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୩୩,୮୬୦ ଟଙ୍କା ରହିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୮୬୦ ଟଙ୍କା ରହିଛି।

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୮୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୧,୦୦,୩୯୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୧୪୦୦,୧୫୨୦ ଓ ୧୧୫୦ ଟଙ୍କା ହ୍ରାସ ହୋଇଛି।

ଏବଂ ରୂପା କେଜି ପିଛା ୪୦୦୦ ଟଙ୍କା ଖସି ଦର ୨,୧୧,୦୦୦ ରେ ପହଞ୍ଚିଛି। କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୨୨,୭୦୦ ଓ ୧,୩୩,୮୬୦ ଟଙ୍କା ରହିଛି। ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୧,୨୨,୭୦୦ ଓ ୨୪ କ୍ୟାରେଟ୍ ର ଦାମ୍  ୧,୩୩,୮୬୦ ଟଙ୍କା ରହିଛି। ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍  ୧,୨୨,୭୦୦ ଓ ୨୪ କ୍ୟାରେଟ୍ ରେଟ୍  ୧,୩୩,୮୬୦ ଟଙ୍କା ରହିଛି।