fbpx

ଆଜି ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ, ଉଭୟ ଦଳର କ୍ରୀଡାବିତଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ଭୁବନେଶ୍ୱର ଆସୁଛନ୍ତି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଟିମ୍। ଉଭୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ଏୟାର ପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ ସଚିବାଳୟ ମାର୍ଗର ରାସ୍ତାଘାଟ ଉଜ୍ଜଳ ଆଲୋକରେ ସଜେଇ ହୋଇଛି ।

ମଙ୍ଗଳବାର ଦିନ ହକି ଦଳ କ୍ରୀଡ଼ାବିତମାନେ ପୂର୍ବାହ୍ନ ୧୧ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଅପରାହ୍ଣ ୩ଟାରେ ଉଭୟ ଦଳର କ୍ରୀଡ଼ାବିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ । ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ ଫଟୋ ସେସନରେ ସାମିଲ ହେବେ । ସନ୍ଧ୍ୟା ୬ଟା୩୦ ମିନିଟ୍‌ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା । ମହିଳା ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା ।

Get real time updates directly on you device, subscribe now.