fbpx

ଆଜିର IPL ଖେଳ ବାତିଲ? ପଞ୍ଜାବ-କୋଲକତା ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ-୨୦୨୩ର ଉଦଘାଟନୀ ମ୍ୟାଚରେ ଗତକାଲି ଚେନ୍ନଇ ସୁପରକିଙ୍ଗସକୁ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ପରାସ୍ତ କରିଥିଲା । ଆଜି ଅପରାହ୍ଣ ୩.୩୦ ସମୟରେ ପଞ୍ଜାବ କିଙ୍ଗସ ଓ କୋଲକତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହାପରେ ସନ୍ଧ୍ୟା ୭.୩୦ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ ହେବ ।

ତେବେ ଏହା ମଧ୍ୟରେ ପଞ୍ଜାବ-କୋଲକତା ମ୍ୟାଚକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଏହି ମ୍ୟାଚ ବାତିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ମ୍ୟାଚ ପଞ୍ଜାବର ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ମ୍ୟାଚକୁ ନେଇ ଆସିଥିବା ଏହି ଖବର ବର୍ତ୍ତମାନ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଭରିଦେଇଛି । ଏହା ମଧ୍ୟରେ ମ୍ୟାଚ ବାତିଲ ହେବାର କାରଣ ଏବେ ସମସ୍ତେ ଖୋଜିବାରେ ବ୍ୟସ୍ତ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ମୁତାବକ, ଆଜି ସାରା ପଞ୍ଜାବରେ ଝଡ଼ବର୍ଷା ଓ ବଜ୍ରପାତ ମାଡ଼ି ଆସିବ । ତେଣୁ ଏଭଳି ସ୍ଥିତିରେ ବର୍ଷାର ପ୍ରଭାବ ଆଜିର ମ୍ୟାଚ ଉପରେ ପଡ଼ିବାର ସମ୍ଭାବନା ରହିଛି । ଏହା ମଧ୍ୟରେ ଆଜି ସକାଳୁ ଦେଶର କିଛି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇଥିଲା ଓ ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଘଟି ଖରା ଦେଖିବାକୁ ମିଳିଥିଲା । ତେଣୁ ମ୍ୟାଚ ସମୟରେ ପଞ୍ଜାବରେ କ’ଣ ଘଟୁଛି ତାହା ଉପରେ ସମସ୍ତଙ୍କର ଏବେ ନଜର ରହିଛି । ପଞ୍ଜାବର ଅଧିନାୟକ ଶିଖର ଧାବନ ରହିଥିବା ବେଳେ କେକେଆରର ନେତୃତ୍ୱ ନେଉଛନ୍ତି ନିତିଶ ରାଣା ।

Get real time updates directly on you device, subscribe now.