fbpx

ଆଜି ପବିତ୍ର ବିନାୟକ ଚତୁର୍ଥୀ: ଏହି ଶୁଭ ମୂହୁର୍ତ୍ତରେ କରନ୍ତୁ ଭଗବାନ ଗଣେଶଙ୍କ ଆରାଧନା

ଓଡ଼ିଶା ଭଅସ୍କର: ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ଦେବତା । କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ଆରାଧନା କରାଯାଇଥାଏ । ପ୍ରତ୍ୟକ ମାସ ଶୁକ୍ଳ ପକ୍ଷର ଚତୁର୍ଥ ତିଥିକୁ ବିନାୟକ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଥାଏ । ଭଗବାନ ଗଣେଶଙ୍କ କୃପାରୁ ଭକ୍ତମାନଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ଭଗବାନ ବିନାୟକଙ୍କୁ ପ୍ରସନ୍ନ କରିବା ପାଇଁ ବିନାୟକ ଚତୁର୍ଥୀ ଭଳି ପବିତ୍ର ଦିନରେ ଶ୍ରୀ ଗଣେଶ ଚାଳିଶା ପାଠ କରାଯାଇଥାଏ । ଏହି ଚାଳିଶା ପାଠ କରିବା ଦ୍ୱାରା ଭଗବାନ ଗଣେଶଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଗଣେଶଙ୍କ କୃପାରୁ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ।

ଏହି ପୂଜାର ଶୁଭ ମୂହୁର୍ତ୍ତ ଆଷାଢ ମାସ ଶୁକ୍ଳ ପକ୍ଷ ୨ ଜୁଲାଇ ଦିବା ୦୩.୧୬ ଘଟିକାରୁ ୩ ଜୁଲାଇ ସନ୍ଧ୍ୟା ୦୫.୦୬ ଘଟିକା ପର୍ଯ୍ୟନ୍ତ ରହିଛି । ବିନାୟକ ଚତୁର୍ଥୀ ଭଳି ପବିତ୍ର ଦିନରେ ପ୍ରାତଃ ସମୟରେ ସ୍ନାନ ସାରି ମନ୍ଦିର ଧୋଇ ଦୀପ ପ୍ରଜ୍ୱଳନ କରି ଭଗବାନ ଗଣେଶଙ୍କୁ ଗଙ୍ଗାଜଳରେ ଅଭିଷେକ କଲେ ଶୁଭ ଫଳ ମିଳିଥାଏ । ଭଗବାନ ଗଣେଶଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ ସିନ୍ଦୂର ଓ ତିଳକ ଲଗା ଯାଇ ଦୂବ ଅର୍ପିତ କରାଯାଏ । ଭଗବାନ ଗଣେଶଙ୍କ ଦୂବ ଅତି ପ୍ରିୟ ହୋଇଥିବାରୁ ଯେଉଁ ବ୍ୟକ୍ତି ଦୂବ ଅର୍ପିତ କରନ୍ତି ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଏହା ପରେ ଅଳତୀ ସାରି ଭୋଗ ଲଗା ଯାଇଥାଏ । ଏହି ପବିତ୍ର ଦିନରେ ଭଗବାନ ଗଣେଶଙ୍କ ଅଧିକରୁ ଅଧିକ ଧ୍ୟାନ କଲେ ସୁଖ ସମୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.