fbpx

ଆଜି ରାମ ନବମୀ: ଅନୁକୂଳ ହେବ ରଥକାଠ ଚିରଟ

ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରିତିନୀତି ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା ରିତିନୀତିରେ ରାମଜନ୍ମ ନୀତି ହେବ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଅପରାହ୍ନ ୪ଟା ଠାରୁ ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଆଜି ରଥ ନିର୍ମାଣ ପାଇଁ ଚିରଟ ପ୍ରକ୍ରିୟା ଆରମ୍ଭ ହେବ । ବିଧିପରମ୍ପରା ଅନୁଯାୟୀ କଟକ ଖପୁରିଆ ସ’ମିଲରେ ରଥକାଠ ଚିରଟ ଅନୁକୂଳ ହେବ । ଗତକାଲି ସୁଦ୍ଧା ୧୫୩ ଖଣ୍ଡ କାଠ ଖପୁରିଆ ସ’ମିଲରେ ପହଞ୍ଚିଛି ।

ତେବେ କୋଭିଡ୍ ସଂକ୍ରମଣ ଯୋଗୁ ଏବର୍ଷ ନିରାଡମ୍ବର ଭାବରେ ପାଳନ କରାଯାଉଛି ଶ୍ରୀରାମଙ୍କ ଜନ୍ମୋତ୍ସବ । ବିମାନ ଭକ୍ତରେ ରାମ ନବମୀ ପାଳନ ହେଉଛି । ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି । ଭିଡ଼ ଯେଭଳି ନହେବ ତାଉପରେ ନଜର ରଖିଛି ପୋଲିସ । ଭୁବନେଶ୍ୱର ଓ କଟକରେ ମଧ୍ୟ ରାମ ନବମୀ ଉତ୍ସବ ଫିକା ପଡ଼ିଛି ।

Get real time updates directly on you device, subscribe now.