fbpx

ନିଟ କାଉନସିଲିଂ ୨ୟ ପର୍ଯ୍ୟାୟର ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ଆଜି ନିଟ ୨୦୨୨ ଚଏସ ଫିଲଙ୍ଗର ଶେଷ ତାରିଖ । ତେବେ ମେଡ଼ିକାଲ କାଉନସେଲିଂ କମିଟି ଅଣ୍ଡର ଗ୍ରାଜୁଏସନ ନେସନାଲ ଇଲାଇଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ତାରିଖ ଘୋଷଣା କରିଥିଲା । ହେଲେ ଆଜି ରାତି ୧୧ଟା ୫୫ମିନିଟରେ ଆବେଦନ ପ୍ରକ୍ରିୟା ବନ୍ଦ ହୋଇଯିବ । ତେବେ ଛାତ୍ରମାନେ ଚଏସ ଫିଲିଙ୍ଗ ପାଇଁ ଏମସିସିର ୱେବସାଇଟ mcc.nic.in କୁ ଯାଇ ଫର୍ମ ପୂରଣ କରନ୍ତୁ । ଏନେଇ ଏମସିସି ଏକ ନୋଟିସ ଦ୍ୱାରା ଜଣାଇଛନ୍ତି ଯେ, ଚଏସ ଲକିଂ କରିବା ସମୟରେ ଅପଣ ସବମିଟ କରିଥିବା ବିକଳ୍ପକୁ ନିହାତି ଲକ କରନ୍ତୁ ନଚେତ ଆପଣଙ୍କ ପ୍ରିଣ୍ଟ ବାହାରି ପାରିବ ନାହିଁ । ଯଦି ଇଛୁକ ଜଣକ ଜମା କରିଥିବା ବିକଳ୍ପକୁ ଲକ କରି ନଥାଏ ତେବେ ଏହା ଆପେଆପେ କାର୍ୟ୍ୟସୂଚୀ ଅନୁସାରେ ଲକ ହୋଇଯିବ ।

NEET UG କାଉନସେଲିଂ ୨୦୨୨ ରେ କିପରି ଆବେଦନ କରିବେ

-ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ mcc.nic.in କୁ ଯାଆନ୍ତୁ

-ଏହାପରେ ୟୁଜି ମେଡିକାଲ କାଉସେଲିଙ୍ଗ ଟ୍ୟାବ ଏପରେ କ୍ଲିକ କରନ୍ତୁ

-ଲଗ ଇନ ହେବା ପରେ କ୍ରେଡେନସିଆଲକୁ ଏଣ୍ଟର କରନ୍ତୁ

-ଖୋଲିଥିବା ନୂଆ ୱିଣ୍ଡୋରେ ଆପଣଙ୍କ ପସନ୍ଦର ପ୍ରାଥମିକତାକୁ ଭରନ୍ତୁ

-ଏହାପରେ ଲକ କରି ସବମିଟ କରନ୍ତୁ

-ଶେଷରେ ଏହାକୁ ଡାଉନଲୋଡ଼ କରି ଏହାର ପ୍ରିଣ୍ଟ ବାହାର କରନ୍ତୁ

Get real time updates directly on you device, subscribe now.